April 29, 2026

ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଦେଉଳିର ସଫଳତା…

IMG-20240603-WA0011
Share

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ସ୍ଥାନୀୟ ରଘୁନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଦେଉଳିର ପ୍ରକାଶ ପାଇଥିବା +୨ର ଫଳାଫଳ ଅତି ଉଚ୍ଚ କୋଟିର ହୋଇ ଅଛି। ପ୍ରକାଶ ପାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ କଳା, ବିଜ୍ଞାନ ପ୍ରକାଶ ପାଇଥିଲା। ୧୯୦ଜଣ ପରୀକ୍ଷା ଦେଇ ଥିବା ବେଳେ ସେଥି ମଧ୍ୟରୁ ୧୫୨ଜଣ ପାସ୍ ହୋଇଛନ୍ତି। ପାସ୍ ହାର ୮୦ଶତକଡ଼ା ଥିଲା ବେଳେ ସେଥିମଧ୍ୟରୁ ୧୫ଜଣ ପ୍ରଥମ ଶ୍ରେଣୀରେ, ୧୬ଜଣ ଦ୍ୱିତୀୟ ଶ୍ରେଣୀରେ, ଅବଶିଷ୍ଟ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେଥିମଧ୍ୟରୁ +୨ କଳାର ଛାତ୍ରୀ ରଂଜିତା ମହାରଣା ୪୪୪ ନମ୍ବର ରଖି କଳା ଶ୍ରେଣୀରେ ଟପର ହୋଇଛନ୍ତି। ସେହିପରି ବିଜ୍ଞାନ ରେ ଦେଇଥିବା ପରୀକ୍ଷା ୧୮ଜଣଙ୍କ ମଧ୍ୟରୁ ୫ଜଣ ପ୍ରଥମ ଶ୍ରେଣୀରେ,୮ଜଣ ଦ୍ୱିତୀୟ ଶ୍ରେଣୀରେ, ଓ ଅବଶିଷ୍ଟ ତୃତୀୟ ଶ୍ରେଣୀ ରେ ପାସକରିଛନ୍ତି। ବିଜ୍ଞାନ ଶ୍ରେଣୀରେ ଶୁଭ୍ରସ୍ମୀତା ପ୍ରିୟଦର୍ଶିନୀ ୪୯୬ ନମ୍ବର ରଖି ସମସ୍ତ ଛାତ୍ରଛାତ୍ରୀ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉକ୍ତ ଫଳାଫଳ ରେ କଲେଜର ଅଧ୍ୟକ୍ଷ ଡ଼ଃ ତପନ କୁମାର ଜେନା ଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ ଓ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳରେ ଖୁସି ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏହାଠାରୁ ଆହୁରି ଭଲ ଫଳାଫଳ ପାଇଁ ଚେଷ୍ଟା କରାଯିବ ବୋଲି ଅଧ୍ୟକ୍ଷ ଡ଼ଃ ଜେନା କହିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed