March 11, 2026

ଖରଣିପଡା ଏମ ବି କେ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ।

IMG-20250503-WA0066
Share

 

ଚିକିଟି ଶୁଭଶ୍ରୀ, ୦୨/୦୫/୨୫

ଅନ୍ୟ ବ୍ଲକରେ ବିବାହ କରିଥିବା ଖରଣୀ ପଡା ଏମ ବି କେ ଗାୟତ୍ରୀ ପ୍ରଧାନଙ୍କୁ କିପରି ପାତ୍ରପୁର ବ୍ଲକ ଖରଣିପଡା ଗ୍ରାମର ଏମ ବି କେ ଭାବରେ ଚୟନ କରାଯାଇଥିଲା ସେହି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଲିଖିତ ଆବେଦନ କଲେ ଗ୍ରାମବାସୀ। ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ଲିଖିତ ଆବେଦନ ପ୍ରଦାନ କରାଯାଇଛି। ଆବେଦନ ଅନୁସାରେ ଖରଣୀ ପଡା ଗ୍ରାମର ଗାୟତ୍ରୀ ପ୍ରଧାନ ଗତ ଦିନରେ ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ବରଡା ଗ୍ରାମର ବସନ୍ତ ପ୍ରଧାନଙ୍କୁ ବିବାହ କରିଥିବା ବେଳେ ଅନ୍ୟ ବ୍ଲକ ବାସିନ୍ଦା ଗାୟତ୍ରୀ ପ୍ରଧାନଙ୍କୁ ପାତ୍ରପୁର ବ୍ଲକ ଖରଣିପଡା ଏମ ବି କେ ଭାବରେ କିପରି ଚୟନ କରାଯାଇଥିଲା ସେହି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଲିଖିତ ଆବେଦନ କରିଛନ୍ତି। ଲିଖିତ ଅଭିଯୋଗ ପ୍ରଦାନ ସମୟରେ ଗ୍ରାମର ରୁପେଶ ସେଠୀ,ଚୁମ୍ବନ ପ୍ରଧାନ,ପବିତ୍ର ସେଠୀ, ପ୍ରଦ୍ୟୁମ୍ନ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ,ସାଗର ସେଠୀ, ହେମନ୍ତ ପ୍ରଧାନ ଓ ହୃଷିକେଶ ବେହେରାଙ୍କ ସହିତ ବହୁ ଯୁବକ ଉପସ୍ଥିତ ଥିବାବେଳେ ଲିଖିତ ପତ୍ରରେ ସମିତି ସଭ୍ୟାଙ୍କ ଦସ୍ତଖତ ଓ ସିଲ୍ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଏହି ବିଷୟରେ ଏମ ବି କେ ଗାୟତ୍ରୀ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୋତେ ୨୪ ଫେବୃଆରୀ ୨୦୧୪ ତାରିଖରେ ଏମ ବି କେ ଭାବରେ ଚୟନ କରାଯାଇଥିଲା। ୨୦୧୫ ରେ ମୋର ବିବାହ ହୋଇଛି। ମୋ ଉପରେ ଯେଉଁ ଅଭିଯୋଗ ଆସିଛି ତାହା ତଥ୍ୟ ବିହିନ ଓ ଅମୂଳକ ବୋଲି କହିଛନ୍ତି।