November 24, 2024
Share

➡️୧-ଆସନ୍ତାକାଲି ୪ ଜିଲ୍ଲାରେ ସିଏମ୍ ନବୀନ କରିବେ ମାରାଥନ୍ ପ୍ରଚାର l କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତିରେ କରିବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର l

➡️୨-ପ୍ରକାଶ ପାଇଲା ନିଟ୍ ୟୁଜି ଆଡମିଟ୍ କାର୍ଡ ୨୦୨୪। ପରୀକ୍ଷାର୍ଥୀ ମାନେ neet.ntaonline.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ନିଟ୍ ୟୁଜି ୨୦୨୪ ପରୀକ୍ଷା ମେ’ ୫ ତାରିଖ ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

➡️୩-୧୮ ଲକ୍ଷ ପାର ହେଲା ଚାରିଧାମ ଯାତ୍ରା ଲାଗି ପଞ୍ଜିକରଣ, ପ୍ରସ୍ତୁତି ନିରକ୍ଷଣ ପାଇଁ ମୁଖ୍ୟ ସଚିବ କଲେ ବଦ୍ରିନାଥ ଗସ୍ତ l ବଦ୍ରିନାଥ ଧାମରେ ମେ ୧୨ ତାରିଖ ଦିନ କବାଟ ଫିଟିବ।

➡️୪-ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ପାଇଁ ଚଳିତମାସ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।

➡️୫-୫,୪୦୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ସହ ବାର୍ଷିକ ୪.୨ ମିଲିୟନ ଟନକୁ କ୍ଷମତା ବୃଦ୍ଧି ନେଇ ଯାଜପୁର ଜିନ୍ଦଲ ଷ୍ଟେନଲେସ କଲା ଘୋଷଣା l

➡️୬-ଶୋଭାଯାତ୍ରାରେ ଆସି ସମ୍ବଲପୁର ସାଂସଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

➡️୭-ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଇବାକୁ ନିର୍ବାଚନ କମିଶନ ଦେଲେ ନିର୍ଦ୍ଦେଶ l

➡️୮-କେନ୍ଦୁଝର ଜିଲ୍ଲାର ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦା ଠାରେ ଥିବା କେ. ଜେ. ଏସ୍. ଆହ୍ଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଯୋଗୁଁ ୧୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି l

➡️୯-ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ଶେଷ । ୩୫ଜଣ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା।

➡️୧୦-ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜ ସ୍ୱରର ଯାଦୁରେ ମତୁଆଲା କରିଥିବା ପ୍ରସିଦ୍ଧ ତାମିଲ ଗାୟକ ଉମା ରମଣନଙ୍କର ୭୨ ବର୍ଷ ବୟସରେ ହେଲା ଦେହାନ୍ତ l ଅନେକ କଳାକାର ଏବଂ ପ୍ରଶଂସକ ଦିବଂଗତ ଗାୟକଙ୍କ ଶେଷ ଦର୍ଶନ କରି କଲେ ଶ୍ରଦ୍ଧାଞ୍ଜଳି ଅର୍ପଣ l

➡️୧୧-ମେକ୍ସିକୋରେ ଦୁନିଆର ସବୁଠୁ ଗଭୀରତମ ବ୍ଲୁ ହୋଲ୍ ର ଆବିଷ୍କାର କଲେ ବୈଜ୍ଞାନିକ l ‘ଡ୍ରାଗନ୍’ ଠାରୁ ପ୍ରାୟ ୩ ଗୁଣା ଗଭୀର, ଯାହାର ଗଭୀରତା ୧୩୮୦ ଫୁଟ।

➡️୧୨-ଇସ୍ତଫା ଦେଲେ ପେଟିଏମ ମନି CEO ବରୁଣ ଶ୍ରୀଧର, ଏଣିକି ରାକେଶ ସିଂହ ସମ୍ଭାଳିବେ କାର୍ଯ୍ୟଭାର l

➡️୧୩-ଗୁଜରାତର ସାବରକାଣ୍ଠାରେ ଅନଲାଇନରୁ ମଗାଯାଇଥିବା ପାର୍ସଲରେ ବିସ୍ଫୋରଣ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ହେଲେ ଗୁରୁତର ଆହତ l

➡️୧୪-ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନର ଫଟୋ ଓ ଭିଡିଓ ହେଲା ଭାଇରାଲ l ଦଳ ସପକ୍ଷରେ ଭୋଟ୍ ଦେବା ପାଇଁ ଏହି ଟଙ୍କା ବଣ୍ଟନ କରାଯାଉଛି ବୋଲି ଲୋକେ କଲେ ଅଭିଯୋଗ l

➡️୧୫-ତାତିରେ ଜଳୁଛି ଦେଶର ଅଧିକାଂଶ ରାଜ୍ୟ । ମେ ମାସରେ ଆହୁରି ବଢ଼ିବ ତାତି, ଆଇଏମଡିର ଆଲର୍ଟ । ସେପଟେ ଆସାମରେ ହେଲା ବନ୍ୟା ତାଣ୍ଡବ, ପାହାଡିଆ ରାଜ୍ୟରେ ପ୍ରବଳ ତୁଷାରପାତ l

➡️୧୬-ତ୍ରିପୁରାରେ ଏଣିକି ଦୁଇ ଚକିଆ ଯାନ ପ୍ରତିଦିନ ୨୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଚାରି ଚକିଆ ଯାନ ପ୍ରତିଦିନ ୫୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ କିଣି ପାରିବେ। ରାଜ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହେତୁ ଇନ୍ଧନ ଷ୍ଟକର ଅଭାବକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ତଥା କ୍ରୟ ଉପରେ ଏହି ସୀମା କଲେ ଧାର୍ଯ୍ୟ l

➡️୧୭-ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି ।

➡️୧୮-ଆଇପିଏଲ୍‌ର ୫୦ତମ ରୋମାଞ୍ଚକର ମୁକାବିଲାରେ ଗତକାଲି ବାଜି ମାରି ନେଲା ସନରାଇଜର୍ସ ହାଇଦ୍ରାବାଦ। ଅନ୍ତିମ ବଲରେ ମ୍ୟାଚ୍‌ର ଫଇସଲା ହୋଇଥିବା ବେଳେ ୧ ରନରେ ରାଜସ୍ଥାନକୁ ହରାଇଲା ହାଇଦ୍ରାବାଦ।

➡️୧୯-ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ହେଲା ବିଜୟୀ l

➡️୨୦-ରୋନାଲ୍ଡୋ ଏବଂ ମେସିଙ୍କୁ ପଛରେ ପକାଇଲେ ବିରାଟ, ୧୦୦ ଶୀର୍ଷ ଆଥଲିଟଙ୍କ ତାଲିକାର ଟପ୍‌ରେ ‘କୋହଲି’ l