May 10, 2026

ଉମରକୋଟ ଠାରେ ମୁକୁଳା ପଡିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ବିପଦକୁ ନିମନ୍ତ୍ରଣ…………

IMG-20250403-WA0007
Share

 

 

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ):- ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ଝରିଗାଁ ରୋଡରେ ରହିଛି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମର ଚାରି ପାଖରେ ତଳେ ଝୁଲି ରହିଛି ବିଦ୍ୟୁତ୍ ତାର। ସହରର ଅନ୍ୟ ଟ୍ରାନ୍ସଫର୍ମରର ପାଚେରୀ ଘେରା ଯାଇଥିବା ବେଳେ ଏଠାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଯାବତ୍ ଏହି ଟ୍ରାନ୍ସଫର୍ମର ଚାରି ପାଖରେ ପାଚେରୀ ଘେରା ଯାଇ ନଥିବାରୁ ଏହା ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି। ସୂଚନା ଥାଉକି ଏହି ଉଚ୍ଚ ସମ୍ପନ୍ନ ଟ୍ରାନ୍ସଫର୍ମର ଟି ରାସ୍ତା ବାହାରକୁ ଥିଲା।ଯେତେ ବେଳେ ଏହି ରାସ୍ତା ର ସମ୍ପ୍ରସାରଣ କରାଯାଇଥିଲା ଏହି ଟ୍ରାନ୍ସଫର୍ମର ଟି ରାସ୍ତା କଡକୁ ଚାଲି ଆସିଥିଲା।ଏହି ରାସ୍ତା ଟି ଝରିଗାଁ ଚନ୍ଦାହାଣ୍ଡି ଏପରିକି ପଡୋଶୀ କଳାହାଣ୍ଡି ଜିଲ୍ଲା କୁ ସଂଯୋଗ କରୁଅଛି। ପ୍ରତିଦିନ ଏହି ରାସ୍ତାରେ ଶତାଧିକ ଗାଡ଼ି ମୋଟର ଯାତାୟତ କରୁଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ଅନେକ ଲୋକ ଦୈନନ୍ଦିନ କାର୍ଯ୍ୟ ପାଇଁ ଯାତାୟାତ କରିଥାନ୍ତି। ସେହିପରି ଗାଈଗୋରୁଙ୍କ ସହ ବୁଲା କୁକୁରଙ୍କ ଜୀବନ ପ୍ରତି ମଧ୍ୟ ଏହି ମୁକୁଳା ଟ୍ରାନ୍ସଫର୍ମର ବିପଦ ସୃଷ୍ଟି କରୁଛି। ଯାହା ଫଳରେ କୌଣସି ମୁହୂର୍ତ୍ତରେ କିଛି ବଡ଼ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନପାରେ। ଯଦି କୈାଣସି କ୍ଷୟକ୍ଷତି ହୁଏ ସେଥିପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି । ଟାଟା ପାୱାର ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଏହି ଟ୍ରାନ୍ସଫର୍ମର ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ବିଦ୍ୟୁତ ବିଭାଗ ତୁରନ୍ତ ଏହି ମୁକୁଳା ଟ୍ରାନ୍ସଫର୍ମର କୁ ଏଠାରୁ କାଢି ଅନ୍ୟ ଜାଗାରେ ବସାଇବାକୁ ସାହି ବାସିନ୍ଦା ଦାବି କରିଛନ୍ତି। ଏ ନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହ ଏହି ବିପଦସଙ୍କୁଳ ଟ୍ରାନ୍ସଫର୍ମର ଏଠାରୁ କାଢି ଅନ୍ୟତ୍ର ବସାଇବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।