May 19, 2024

ରାମଗଡରେ ଦଧିବାମନ ମନ୍ଦିର ପ୍ରତିଷ୍ଠା ଉତ୍ସବ…

Share

ବୁଗୁଡ଼ା : ତା ୦୩/୦୪/୨୪ : ବୁଗୁଡ଼ା ବ୍ଲକ ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାମଗଡ ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବ ଅବସରରେ ପ୍ରଥମ ଦିନ ଜଳଯାତ୍ରା , ଦୀକ୍ଷା ଗ୍ରହଣ , ବନଯାଗ , ଅଙ୍କୁରାରୋପଣ, ଓ ମଣ୍ଡଳାଧିବାସ ଆଦି କାର୍ଯ୍ୟକ୍ରମ ଏବଂ ଦ୍ଵିତୀୟ ଦିବସରେ ଶାଲା ପ୍ରତିଷ୍ଠା , ରତ୍ନମୁଦ , ଘୃତଯଜ୍ଞ , ନାମଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିଲା ବେଳେ ତୃତୀୟ ଦିନ ବିଗ୍ରହଙ୍କ ମହାସ୍ନାନ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଚତୁର୍ଥ ଦିନରେ ନଗର ପରିକ୍ରମା , ଦଧିବାମନ ଠାକୁରଙ୍କ ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଅନ୍ତିମ ଦିବସରେ ଦଧିଭାଣ୍ଡ ଭଞ୍ଜନ ସହ ନାମ ସମାପନ ହୋଇଥିଲା । ନାମଯଜ୍ଞରେ ଚିଲିଖମା , ବଗାଡି , କତକଲା , ଜିରାବାଡି ଓ ରାମଗଡ ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ । ଘୃତଯଜ୍ଞ ସମ୍ପାଦନ କାର୍ଯ୍ୟରେ ନୀଳମାଧବ ରଥଙ୍କ ସମେତ ୧୨ ଜଣ ପୁରୋହିତ ନିୟୋଜିତ ରହିଥିଲା ବେଳେ କର୍ତ୍ତା ଭାବେ ବିଜୁଳି ଜେନା ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ମହୋତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ବେଳେ ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।