ବ୍ରହ୍ମଗିରି ର ପୂର୍ବତନ ସଭାପତି ହରେକୃଷ୍ଣ ଖଟେଇଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ପୁରୀ ସହର ଲୋକନାଥ ରୋଡ଼ ଛପନ ଛକଠାରେ ପୁରୀଜିଲ୍ଲା ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ସିଂହସ୍ଥାନ, ନବଦେଶ ଛପନଦେଶ ର ଜିଲ୍ଲା ସଭାପତି ଶ୍ରୀଧର ଜେନାଙ୍କ ସଭାପତିତ୍ୱ ରେ ବ୍ରହ୍ମଗିରି ର ପୂର୍ବତନ ସଭାପତି ହରେକୃଷ୍ଣ ଖଟେଇଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକର ପଦାଧିକାରୀ ଯୋଗଦାନ କରି ହରେକୃଷ୍ଣ ଙ୍କର ଏଭଳି କାର୍ଯ୍ୟକୁ ଘୋର ନିନ୍ଦାକରୀ ନିଜନିଜର ଅଭିଭାଷଣ ରଖିଥିଲେ l ହରେକୃଷ୍ଣ ଆସନ୍ତା ଜାଗର ଯାତ୍ରାରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନକରେ ସେଥିପାଇଁ ସମସ୍ତେ ସଜାଗ ଅଛୁ ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
