ଭଂଜନଗର,ସଂପ୍ରତି ଜୀବଜଗତ ପାଇଁ ଏକ ବିରାଟ ଆହ୍ଵାନ ଭାବେ ଉଭା ହୋଇଛି…
ଭଂଜନଗର,ସଂପ୍ରତି ଜୀବଜଗତ ପାଇଁ ଏକ ବିରାଟ ଆହ୍ଵାନ ଭାବେ ଉଭା ହୋଇଛି: ବିଶ୍ୱ- ତାପନ, ଜୈବବିଭିନ୍ନତା, ଇକୋ-ସିଷ୍ଟମ୍ ରେ ଅସମାନତା,ଓଜନ ସ୍ତରରେ ହ୍ରାସ, ଋତୁ ପରିବର୍ତ୍ତନ ରେ ଅନିୟମିତତା ଭଳି ଅନେକ ପରିବେଶ ସଂପର୍କିତ ସମସ୍ୟା। ଏହି ପରିବେଶ ସମ୍ପର୍କିତ ସମସ୍ୟା ଗୁଡିକ ଦୂର କରିବାପାଇଁ ପ୍ରତିବର୍ଷ ବିଶ୍ଵ ସ୍ତରରେ ଓ ଜାତୀୟ ସ୍ତରରେ ପ୍ରକୃତି ସଂରକ୍ଷଣ ପାଇଁ ପରିବେଶ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ : ଯଥା – ବିଶ୍ଵ ବନ ଦିବସ, ବିଶ୍ଵ ପରିବେଶ ଦିବସ, ବିଶ୍ଵ ଜଳ ଦିବସ, ବିଶ୍ଵ ମୃତ୍ତିକା ଦିବସ, ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ, ବନମହୋତ୍ସବ ସପ୍ତାହ, ବିଶ୍ଵ ହାତୀ ଦିବସ, ବିଶ୍ଵ ବ୍ୟାଘ୍ର ଦିବସ ଇତ୍ୟାଦି ପାଳନ କରାଯାଇଥାଏ। ଆଜି ବିଶ୍ଵ ଆର୍ଦ୍ରଭୂମି ( ଓ୍ଵେଟଲାଣ୍ଡ ଡେ ) ଦିବସ।
ଏହି ଦିବସ ପାଳନର ଗୁରୁତ୍ୱ ଉପଲକ୍ଷେ ଆଜି ଭଂଜନଗର ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ଏସ୍ ଧନଞ୍ଜୟ ଙ୍କ ସୌଜନ୍ୟତାରେ ତଥା ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଲାଲସିଂ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଭଂଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଉମାକାନ୍ତ ନାହାକ ଙ୍କ ତତ୍ତ୍ଵାବଧାନରେ ଏବଂ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଯୁକ୍ତ ମୋହନ ସାହୁଙ୍କ ସଂଯୋଜନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ର ସଫଳ ପରିଚାଳନା କରିଥିଲେ। ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ଏହି ବିଦ୍ୟାଳୟ ରେ ପ୍ରାଟିସ୍-ଟିଚିଙ୍ଗ୍ ଦେଉଥିବା ବିଇଡି ଓ ସିଟି ଟ୍ରେନିଂ କରୁଥିବା ଛାତ୍ର-ଶିକ୍ଷକ ବନ୍ଧୁଗଣ।
ଏହି ଅବସରରେ ଗଂଜାମ ଜିଲ୍ଲା ସ୍ତରୀୟ ସ୍କାଉଟସ୍ ଓ ଗାଇଡ୍ କାର୍ଯ୍ୟକ୍ରମ ପାଇଁ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାୟକଙ୍କ ଉଦ୍ୟୋଗରେ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ମାନଙ୍କ ପ୍ରସ୍ତୁତି ବୈଠକରେ ବିଶ୍ଵ ଆର୍ଦ୍ରଭୂମି ଦିବସ ଉପଲକ୍ଷେ ଏକ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଇଓ ମହୋଦୟ ପରିବେଶ ସଂପର୍କିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ତାହାର ସମାଧାନ ଦିଗରେ ଆମମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷା ଋତୁରେ ପ୍ରତ୍ୟେକ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରି ଏକ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ବିଦ୍ୟାଳୟ ର ପରିକଳ୍ପନା କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏହାକୁ ଏକ ସବୁଜ ବିପ୍ଳବ ରେ ପରିଣତ କରିବାପାଇଁ ନିବେଦନ କରିଥିଲେ । ପରିଶେଷରେ ରାଜ୍ୟ ର ତୃତୀୟ ଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଉପଲକ୍ଷେ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଯେନା ଙ୍କ ପ୍ରଚେଷ୍ଟାରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍କାଉଟସ୍ ଓ ଗାଇଡ୍ ଶିକ୍ଷକ ମାନେ ଭଂଜନଗର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ସମ୍ବର୍ଧନା ଜଣାଇଥିଲେ।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)