ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନଙ୍କ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି।
ଆଜି ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ଘଟିଛି ଏହି ଘଟଣା। ଗାଡ଼ି ରଖି ବାଲି ଗାଡ଼ିକୁ ଚେକିଂ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ଓ ପିଏସ୍ଙ୍କୁ ବି ନିସ୍ତୁକ ମାଡ଼ ହୋଇଛି। ଉପଜିଲ୍ଲାପାଳଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି। ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଉପଜିଲ୍ଲାପାଳଙ୍କ ପିଏସ୍ଓ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ବୃତ୍ତମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍ ଉପରେ ପଥର ମାଡ଼ କରିଥିଲେ। ଉପଜିଲ୍ଲାପାଳଙ୍କ ଗାଡ଼ି ଓ ତାଙ୍କ ସହ ଥିବା ଆଉ ଗୋଟିଏ ଗାଡ଼ି ପଥରେ ମାଡ଼ରେ ଭାଙ୍ଗି ଯାଇଛି। ପରେ ଏସ୍ପିଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ୨ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି। ଏସ୍ପି ସାଗରିକା ନାଥ କହିଛନ୍ତି, ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।
ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,,,