April 24, 2026

ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ।

IMG-20260103-WA0055
Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଦିନକୁ ଦିନ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦ ବିକ୍ରି ବଢ଼ି ବଢ଼ି ଚାଲିଛି. ଗ୍ରାମାଞ୍ଚଳ ମାନକରେ ଘରୋଇ ନିଶା ବେପାରୀ ମାନେ ଦେଶୀ ମଦ ବିକ୍ରି କରି ଅନେକ ଲୋକମାନଙ୍କର ଧନ ଜୀବନ ନଷ୍ଟ କରୁଛନ୍ତି। ଗ୍ରାମାଞ୍ଚଳରେ ଛତ୍ରମାନଙ୍କ ଠାରୁ ଯୁବକ ମାନେ ଘରୋଇ ନିଶା ବେପାରୀଙ୍କ ଠାରୁ ମଦ ପିଇ ଭବିଷ୍ୟତ ଅନ୍ଧାର ଘେରରେ ତାଙ୍କର କଟୁଛି ଜୀବନ। ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମିତି ତ୍ରିପାଠୀ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନ୍ସପେକ୍ଟର ଅଜିତି କୁମାର ପାତ୍ରଙ୍କ ନେତୃତ୍ୱରେ ଏବେ କଡ଼ାକଡ଼ି ଭାବରେ ଚଢ଼ାଉ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡ଼ା ଗ୍ରାମରୁ ରବୀନ୍ଦ୍ର ପରିଡ଼ା , ବାଲୁଗାଁ ବାଣପୁର ଗୋପୀନାଥ ଛକ ରୁ ଗଣେଶ ପ୍ରଧାନ ଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ଙ୍କ ଠାରୁ ୧୭ଲିଟର ଦେଶୀ ମଦ ଜବତ କରିଛି ଅଵକାରୀ ବିଭାଗ। ଚୋରା ମଦ ବିକ୍ରି କଟକଣାକୁ ଆଗାମୀ ଦିନରେ ଚଡାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି।

You may have missed