March 8, 2026

ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ……….

IMG-20260103-WA0035
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରିତା ରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ପୈରିଷଦ ଅଧ୍ୟକ୍ଷା ରାଧାଭତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଓ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶାନ୍ତନୁ ବାହିନୀପତି ଗୋଷ୍ଠୀ ଶିକ୍ଷାଅଧିକାରୀ ଇଶ୍ଵର ଚନ୍ଦ୍ର ମାଝୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସରିତା ରଥ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଆଦିତ୍ୟା ଶର୍ମା ଓ ବୁଲୁ ଗୈଡ ଅପରାହ୍ନ ସମୟରେ ସମାପନ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ପିଏମ ଶ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୭ଗୋଟି ପ୍ରମୁଖ ଷ୍ଟଲ୍ ଏଥିରେ ଲାଗିଥିଲା, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ରାଜେନ୍ଦ୍ର ସେଠୀ, ଧନୀରାମ ଗୈଡ , ଧରମ ନାୟକ, ଶିକ୍ଷୟିତ୍ରୀ ରିନା ବେହେରା, ଶୁଭନାରାଣୀ ସାହୁ , ଗିତାଞ୍ଜଳି ପରିଛା, ସୁନିତା ପଟ୍ଟନାୟକ, ପ୍ରଣତି ପଲେଇ , କେ ଲକ୍ଷ୍ମୀ ଆଚାରୀ , ଏସ କଲ୍ୟାଣୀ ଆଚାରୀ , ପୂଜା ବିଶ୍ଵାସ, ସୁପ୍ରଭା ମଣ୍ଡଲ, ପିଙ୍କି ରାଣୀ ମଣ୍ଡଲ, ବୀଣା ମଣ୍ଡଲ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।