March 8, 2026

ଉମରକୋଟ ପୌର ପରିଷଦ ଠାରେ ସହଯୋଗ ଭ୍ରାମ୍ଯମାଣ ସହାୟତା କେନ୍ଦ୍ର ଭ୍ୟାନ୍ ର ଶୁଭାରମ୍ଭ……….

IMG-20260103-WA0012
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ସହଯୋଗ ଭ୍ରାମ୍ଯମାଣ ସହାୟତା ଭ୍ୟାନ୍ ର ଶୁଭାରମ୍ଭ ହୋଇଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗ ତରଫରୁ ଏହି ଭ୍ରାମ୍ଯମାଣ ଭ୍ୟାନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ସାଂସଦ ବଳଭଦ୍ର ମାଝୀ ଏହି ଭ୍ୟାନ୍ ଜିଲ୍ଲା ର ପୌରାଞ୍ଚଳ, ବ୍ଲକ ତଥା ଗ୍ରାମାଞ୍ଚଳ ଗସ୍ତ କରି ସରକାରଙ୍କ ତେର ଗୋଟି ଯୋଜନା ର ସୂଚନା ଓ ପ୍ରଚାର କରିବ ଏବଂ କୌଣସି ହିତାଧୀକାରୀ ଏ ସମସ୍ତ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସହଯୋଗ ପୋର୍ଟାଲ ଦ୍ବାରା ଯୋଡିତ ହେବେ ଏବଂ ସମସ୍ତ ଯୋଜନା ର ଲାଭ ପାଇପାରିବେ ଏହା ସହିତ ଯେଉଁ ମାନେ ସହରାଞ୍ଚଳ ରେ ରହି ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ସେମାନେ ମଧ୍ୟ ଏଥିରେ ଯୋଡି ହୋଇ ଲାଭାନ୍ନିତ ହେବେ ।ଏହି ତେରଟି ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ(ସହରାଞ୍ଚଳ)ରାସନ କାର୍ଡ, ଇ ଶ୍ରମ କାର୍ଡ, ସୁଭଦ୍ରା ଯୋଜନା, ଗାରିମା ଯୋଜନା, ପିଏମ ବିଶ୍ବାସ କର୍ମା ଯୋଜନା, ମଧୁବାବୁ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ପି ଡବ୍ଲୁ ଡି ପରିଚୟପତ୍ର, ଯୋଗ୍ୟ ହିତାଧିକାରୀ ଏହିସବୁ ଯୋଜନାର ଲାଭ ପାଇପାରିବେ ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଙ୍କ ସହ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ନଗର ସଭାପତି ସନ୍ତୋଷ ଶର୍ମା, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ସହ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ପୌରାଦ୍ଧକ୍ଷା ଶ୍ରୀମତୀ ରାଧା ଭତ୍ରା ଏବଂ ପରିଷଦର ସମସ୍ତ କର୍ମଚାରୀ ଙ୍କ ସହ ଭାଜପା ର ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।