April 30, 2026

ରାସାୟନିକ, ଜୈବିକ, ରେଡିଓଲୋଜି ଓ ପରମାଣବିକ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ନିମନ୍ତେ ବୈଠକ

IMG-20251202-WA0071
Share

 

 

 

ଅନୁଗୋଳ,(ତା. ୦୨.୧୨: ଉପାନ୍ତ ଖବର )- ସମ୍ଭାବ୍ୟ ରାସାୟନିକ, ଜୈବିକ, ରେଡିଓଲୋଜି ଓପରମାଣବିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ବୈଠକ ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ପୁର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାରେ ଅନେକ ଗୁଡିଏ ଶିଳ୍ପ ସଂସ୍ଥା ରହିଛି । ଦୁର୍ଘଟଣା ସମୟରେ ପ୍ରଭାବିତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଓ ଶାନ୍ତି ଶୃଙ୍ଖଳା ସହ ଦୁର୍ଘଟଣାର ମୁକାବିଲା ନେଇ ପ୍ରାକ୍ ପ୍ରସ୍ତୁତି ହେବା ସହ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ଦାୟିତ୍ବ ବଣ୍ଟନ କରାଯାଇଥିଲା । ସୂଚନା ମୁତାବକ ଆସନ୍ତା କାଲି ୩ ତାରିଖରେ ନାଲ୍‌କୋ ଠାରେ ଏକ ମକ୍‌ଡ୍ରିଲ ଅନୁଷ୍ଠିତ ହେବ । କିପରି ଏହି ମକ୍‌ଡ୍ରିଲ ସଫଳ ରୂପାୟନ ହୋଇପାରିବ ସେ ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଥିଲା । ଜିଲ୍ଲା ଆପାତକାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା ବୈଠକ ପରିଚାଳନା କରିଥିଲେ । ଊକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ , ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତ, ଫାକ୍‌ଟ୍ରି ଓ ବ୍ରଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ସଞୟ କୁମାର ଭୋଇ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ମୁଣ୍ଡୁଳିର ୩ୟ ବାଟାଲିୟନ), ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଶିଳ୍ପ ସଂସ୍କାର ପ୍ରତିନିଧି ପ୍ରମୁଖ ଊପସ୍ଥିତ ଥିଲେ ।

You may have missed