March 7, 2026

ନାଲକୋ ଆସ୍ ପାଇପ ଲାଇନ୍ ଫାଟି ଚାଷ ଜମିରେ ମାଡ଼ିଲା ଆସ୍ ପାଣି, ଏକର ଏକର ଜମି ନଷ୍ଟ

IMG-20251202-WA0062
Share

 

 

ଅନୁଗୋଳ: (୨/୧୨ ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ) ବଅଁରପାଳ ବ୍ଲକ ତେଣ୍ଟୋଇ ଓ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ୍ ପାଇପ ଫାଟି ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ସୂଚନା ଯେ ତେଣ୍ଟୋଇ ଗ୍ରାମର ତରଣି ସେନ ନାଏକ, ରାଜକିଶୋର ନାଏକ, ଲମ୍ବୋଦର ନାଏକ, କୈଳାସ ନାଏକ, ଲୋଚନ ନାଏକ, ସଜ ନାଏକ ଏମିତି ଆହୁରି ଅନେକ ଲୋକଙ୍କ ଚାଷ ଜମିରେ ନାଲକୋ ଆସ୍ ପାଣି ମାଡ଼ି ଯିବା ଫଳରେ ସମସ୍ତ ଚାଷ ନଷ୍ଟ ହୋଇଯାଇଛି । ପ୍ରାୟ ଚାରି ଏକର ରୁ ଅଧିକ ଚାଷ ଜମିରେ ପାଣି ମାଡ଼ିଯିବା ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଧାନ ଅମଳ ହେବା ସମୟ ହୋଇଯାଇଥିବା ବେଳେ, ଧାନ କାଟିବା ପାଇଁ ବିଲକୁ ଆସି ଦେଖିଲା ବେଳେ ବିଲରେ ଆସ୍ ପାଣି ମାଡ଼ିଯାଇଛି । ତେବେ ଆସ୍ ପାଇପ ଲାଇନ୍ ମରାମତି କାମ ନେଇଥିବା ଠିକା ସଂସ୍ଥା (ଏମ୍ ଏସ୍ ଗୋବିନ୍ଦ ଏଣ୍ଟରପ୍ରାଇଯେସ)ର ମଧ୍ୟ ଏଯାଏଁ ଦେଖାନାହିଁ । କିଛି ସ୍ଥାନୀୟ ଦଲାଲ ସାହାଯ୍ୟରେ ଘଟଣାଟିକୁ ଚପାଇ ଦେବାକୁ ଚେଷ୍ଟା କରିଛି ଠିକା ସଂସ୍ଥା । ତେବେ ଏ ନେଇ ନାଲକୋ ପଦାଧିକାରୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି । ଅନ୍ୟପକ୍ଷରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ନାଲକୋ କର୍ତ୍ତୃପକ୍ଷ ଚୁପ୍ ରହୁଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ କର୍ଣ୍ଣପୂର୍ ଠାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆସ୍ ପାଇପ ଲାଇନ୍ ଫାଟି ଚାଷଜମି ସହ , ଗ୍ରାମର ଏକ ପୋଖରୀରେ ଆସ୍ ପାଣି ପଶି ଯାଇଥିଲା । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହାର ତୁରନ୍ତ ସମାଧାନ ନ କରାଗଲେ ନାଲକୋ ରେଳ ଧାରଣା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଉଭୟ ତେଣ୍ଟୋଇ ଓ ତେଣ୍ଟୋଲୋଇ ଗ୍ରାମବାସୀ ।