April 28, 2026

ନିର୍ମାଣ ହେବ ସମ୍ପର୍କର ସେତୁ…

IMG-20251202-WA0065
Share

‎               ଗଜପତି: ନିର୍ମାଣ ହେବ ସମ୍ପର୍କର ସେତୁ। ଦୂର ହେବ ପ୍ରତିବନ୍ଧକ। ଗଜପତି ଜିଲ୍ଲାର ଆନ୍ଧ୍ର ସୀମାବର୍ତ୍ତୀ ଅନେକ ଗ୍ରାମରେ ଏବେବି ରହିଆସୁଛନ୍ତି ଅନେକ ଓଡ଼ିଆ ଭାଷାବାଦୀ। ଏଭଳି ଏକ ଗ୍ରାମ କାଶୀନଗର ବ୍ଲକ ନିକଟସ୍ଥ ବଂଶଧାରା ନଦୀ ଆରପାରିରେ ରହିଛି ଲିଉଡି ଗ୍ରାମ। ଏଠି ଅଧିକ ଅଂଶ ଓଡ଼ିଆ ଭାଷାବାଦୀ ଲୋକେ ବସବାସ କରିଥାନ୍ତି। ଏମାନଙ୍କ ସାମାଜିକ ଓ ସାଂସ୍କୃତିକ ତଥା ପାରମ୍ପାରିକ ସମ୍ପର୍କ ଓଡ଼ିଶା ସ‌ହିତ ଜଡ଼ିତ ରହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ରହିଛି ଯଥେଷ୍ଟ ଭଲ ପାଇବା। ମହାରାଜାଙ୍କ ଅବଦାନ ନିମନ୍ତେ ସର୍ବଦା କୃତଜ୍ଞ ବୋଲି କହନ୍ତି ଗ୍ରାମବାସୀ। ଓଡ଼ିଆ ଭାଷା ଭିତ୍ତିରେ ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବେଳେ, ଚକ୍ରାନ୍ତ କରି ବାଦ ଦିଆଯାଇଥିବା ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀକୁ ସାମିଲ କରିବାକୁ ନିଜ ରାଜ୍ୟର ଅଂଶ ବିଶେଷ ଭାବେ ଥିବା ଆନ୍ଧ୍ରର ବହୁ ରାଜ୍ୟକୁ ଛାଡ଼ିବାକୁ ପଡ଼ିଥିଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ। ବଂଶଧାରା ନଦୀ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ଭାବେ ଧାର୍ଯ୍ୟ ହୋଇଥିଲା, ତେବେ ଏହି ସମୟରେ ଅନେକ ଓଡ଼ିଆ ଭାଷାବାଦୀ ଗ୍ରାମ ନଦୀ ଆରପାରିରେ ରହି ଆନ୍ଧ୍ର ପ୍ରଦେଶର ସାମିଲ ହୋଇ ରହିଯାଇଛନ୍ତି। ସେସବୁ ମଧ୍ୟରୁ ଏହି ତିହୁଡି ଗ୍ରାମ ଅନ୍ୟତମ। ଓଡ଼ିଆଙ୍କ ସମସ୍ତ ଇଷ୍ଟ ଦେବାଦେବୀଙ୍କୁ ଗ୍ରାମବାସୀ ପୂଜା କରିଆସୁଛନ୍ତି। ପାରଳାଖେମୁଣ୍ଡି ସହ ଏମାନଙ୍କ ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ଲାଗି ରହିଛି। ଏପରି ସମୟରେ ଗତ ଅଗଷ୍ଟ ମାସରେ ନବ ନିର୍ବାଚିତ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କୁ ଏଠାକାର ଏକ ମନ୍ଦିର ପ୍ରତିଷ୍ଠା ସମୟରେ ମୂଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ଗ୍ରାମବାସୀ, ବିଧାୟକ ଲିଭିଡି ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ଓଡ଼ିଶା ସ‌ହ ଗମନାଗମନର ସୁବିଧା ପାଇଁ ଉକ୍ତ କାଶୀନଗର ବଥବା ଠାରୁ ଲିଭିଡି କୁ ସଂଯୋଗ କରି ବଂଶଧାରା ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ଗ୍ରାମବାସୀ। ତଦନୁଯାୟୀ ବିଧାୟକ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଏନେଇ ୧୯ ସେପ୍ଟେମ୍ବର ୨୦୨୫ରେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ବାରମ୍ବାର ବିଭାଗ ସହ ଆଲୋଚନା କରିଥିଲେ। ଆଜି ରାଜ୍ୟ ସରକାର ଏଠାରେ ପୋଲ ନିର୍ମାଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ସହ ଅନୁମୋଦନ କରିଛନ୍ତି। ବିଧାୟକଙ୍କ ଉଦ୍ୟମରେ ଏହା ସଫଳ ହେବାକୁ ଯାଉଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ।

‎ଅପରପକ୍ଷରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ନାରାୟଣ ରାଓ ଏହାର ବାହାବାହା ନେବାପାଇଁ ତରବରିଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିରେ ଆତ୍ମଘୋଷିତ ଉଦ୍ୟମ ଥିବା ପ୍ରକାଶ କରିଛନ୍ତି, କିନ୍ତୁ କେବେ ମଧ୍ୟ ଏହି ଗ୍ରାମବାସୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିନାହାନ୍ତି ବୋଲି ଏହା ତାଙ୍କର ହୀନ ରାଜନୀତି ବୋଲି ଗ୍ରାମବାସୀ ମଧ୍ୟରେ ଆଲୋଚନା ହେଉଛି।

You may have missed