March 8, 2026

ପ୍ରାଥମିକ ବିଦ୍ୟାଳୟ ରୁ କୋଡ଼ିଏ ଛାତ୍ର ନିଖୋଜ ସୁରକ୍ଷିତ ନିକଟସ୍ଥ ଜଙ୍ଗଲ ରୁ ଉଦ୍ଧାର ..

IMG-20251202-WA0055
Share

 

କୋରାପୁଟ(ଗୁପ୍ତେଶ୍ୱର ରଥ କୋରାପୁଟ)କୋରାପୁଟ ବ୍ଲକ ଲଙ୍କାପୁଟ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ହୋଷ୍ଟେଲ ରୁ ୨୦ ଜଣ ଛାତ୍ର ନିଖୋଜ ୯ କିଲୋମିଟର ଦୂର ପୋଣ୍ଡି ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର। କୋରାପୁଟ ବ୍ଲକ ର ଲଙ୍କାପୁଟ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ୨୦ ଜଣ ଛାତ୍ର ନିଖୋଜ ଘଟଣା ଅଭିଭାବକ ମାନେ ଫୋନ ଦ୍ଵାରା ଶୁଣି ସ୍କୁଲକୁ ଆସି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରା ଉଚୁରା କରିଥିଲେ କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ କିଛି କହିପାରି ନଥିଲେ। ଅଭିଭାବକ ମାନେ ଓ ସ୍କୁଲ କତୃପକ୍ଷ ମିଶି ପାଖ ଜଙ୍ଗଲ କୁ ଖୋଜା ଖୋଜି କରିବାକୁ ଯାଇଥିଲେ। ଶେଷରେ ୨୦ ଜଣ ଛାତ୍ର ନିକଟସ୍ଥ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର ହୋଇଥିଲେ। ଏହି ଖବର ଶୁଣି ବିଡିଓ ସ୍କୁଲ କୁ ଆସିଥିଲେ ଓ ଏହି ଘଟଣାର ଯାଞ୍ଚ କରିଥିଲେ ଓ କହିଥିଲେ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟଅନୁଷ୍ଠାନ ନିଆଯିବ।