ଲିଙ୍ଗଗତ ନିର୍ଯାତନା ବିରୁଦ୍ଧ ରେ ଜନ ସଚେତନତା ଓ ବିଶ୍ୱ ଏଡ୍ସ ଦିବସ

ସମ୍ବଲପୁର, ୦୨. ୧୨():ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ନଭେମ୍ବର ୨୫ ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଲିଙ୍ଗଗତ ନିର୍ଯାତନା ବିରୁଦ୍ଧ ରେ ଜନ ସଚେତନତା କାର୍ଯ୍ୟକ୍ରମ ରେ ବ୍ୟାପକ କରାଯାଇଛି। ସୋମବାର ସପ୍ତମ ଦିବସ ରେ ବିଶ୍ୱ ଏଡ୍ସ ଦିବସ ଅବସରରେ ଏଚଆଇଭି ଏଡ୍ସ ରୁ ରକ୍ଷା ପାଇବା ଏଵଂ ସୁସ୍ଥ ସୁରକ୍ଷିତ ଜୀବନ ବଞ୍ଚିବାର ଶୈଳୀ ଉପରେ ଗୋଟିଏ ସଚେତନତା ସଭା ୱାନ ଷ୍ଟପ ସେଣ୍ଟର, ସକ୍ଷୀ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ଆଲୋଚନା ରେ ଡ. ରାଜାରାମ ଷଡ଼ଙ୍ଗୀ ଏଚଆଇଭି ଏଡ୍ସ ରୋଗ ର ଭୟାବହତା ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ଶିଶୁ ବିକାଶ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମିନତୀ ପାଣଗ୍ରାହୀ ସକ୍ଷୀ ର କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସରିତା ଦାଶ ଲିଙ୍ଗଗତ ନିର୍ଯାତନା ବିରୋଧୀ ସଚେତନତା ପାଳନ ର ଉଦ୍ଦେଶ୍ୟ ବୁଝାଇଥିଲେ। ଶକ୍ତି ସଦନ ର ଅଧ୍ୟକ୍ଷା ଶ୍ରୀମତୀ ଅନୁପମା ପାଢ଼ୀ ଶକ୍ତି ସଦନ ର ମୂଳ ଉଦ୍ଦେଶ୍ୟ ବିଷୟ ରେ ଅବଗତ କରାଇଥିଲେ। ଉକ୍ତ ଶିବିର ରେ କିନ୍ନର , ମହାବିଦ୍ୟାଳୟ ର ଛାତ୍ରୀ ଏଵଂ ସଖୀ କର୍ମ କର୍ତ୍ତା ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କିନ୍ନର ସମ୍ପ୍ରଦାୟ ର ସଭାପତି ବିନ୍ଦିଆ ମାଝୀ ଙ୍କୁ ତାଙ୍କ ସମ୍ପ୍ରଦାୟ ରେ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଜନ ସଚେତନତା ପାଇଁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବାହାରିଥିଲା।
