March 9, 2026

ନାବାଳିକା ଅପହରଣ ମାମଲାରେ ଯୁବକ କୋର୍ଟ ଚାଲାଣ

IMG-20251202-WA0049
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସରୁ ଜଣେ ଛାତ୍ରୀ ନିଖୋଜ ଥିବା ନେଇ ଆଦର୍ଶ ବିଦ୍ୟାଳୟ କର୍ତୃପକ୍ଷ ଗତ ୨୭ ତାରିଖ ଦିନ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ଧର୍ମଗଡ଼ ପୋଲିସ ଛାତ୍ରୀନିବାସ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ’, ବଦଲି ମୁଣ୍ଡା ଗ୍ରାମର ଡୋଳାମଣି ଗଦତିଆ ନାମକ ଯୁବକ,ନାବାଳିକା ଛାତ୍ରୀକୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ପୋଲିସ ଦ୍ୱାରା ଅଧିକ ଖାନତଲାସି କରିବା ପରେ, ଉକ୍ତ ଯୁବକ ଓ ନାବାଳିକା ପଡୋଶୀ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଥିବା ନେଇ ଜଣାପଡିବା ପରେ ଧର୍ମଗଡ଼ ପୋଲିସ, ବିଜୟୱାଡା ପୋଲିସ ସହାୟତାରେ ଦୁହିଁଙ୍କୁ ଧରି ଧର୍ମଗଡ଼ ଥାନାକୁ ଆଣି ପଚରା ଉଚୁରା କରିଥିଲା ଏବଂ ଜଣାପଡିଥିଲା ଯେ’, ଦୁହିଁଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଛାତ୍ରୀନିବାସରୁ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହେବା ଘଟଣାକୁ ନେଇ ପୋଲିସ ଡୋଳାମଣିଙ୍କ ନାମରେ ଏକ ଅପହରଣ ମାମଲା ୠଜ୍ଜୁ କରି ଗତକାଲି କୋର୍ଟ ଚାଲାଣ କରିଛି।