March 8, 2026

ପାରମ୍ପରିକ କାଗଜ ମୁଖା ତାଳୀମ ଶିବିର ବେଗୁନିଆ ବ୍ଲକ

IMG-20251202-WA0040
Share

           ପାରମ୍ପରିକ କାଗଜ ମୁଖା ତାଳୀମ ଶିବିର ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ବାଘମାରି ପଞ୍ଚାୟତ ଠାରେ ପାରମ୍ପରିକ କାଗଜ ମୁଖା ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି, ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଆୟୋଜିତ ଏହି ଶିବିର ରେ ପନ୍ଦର ଜଣ ଗ୍ରାମୀଣ ଆଗ୍ରହୀ ମହିଳା ଜଣେ ନିପୁଣ ଶିଳ୍ପୀ ଙ୍କ ଠାରୁ ଛ ମାସ ପର୍ଯ୍ୟନ୍ତ ତାଲିମ ନେବାର ଯୋଜନା ରହିଛି, ଏହି ଶିବିର ର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ହସ୍ତଶିଳ୍ପ ବିକାଶ ଅଧିକାରୀ ମୋନାଲିସା ମିଶ୍ର ଉପସ୍ଥିତ ରହି ବାଘମାରି ର ବରିଷ୍ଠ ଶିଳ୍ପୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଙ୍କୁ ନିପୁଣ ଶିଳ୍ପୀ ଭାବରେ ତାଲିମ ଦେବା ପାଇଁ ନିଯୋଜିତ କରିଥିଲେ , ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ବୁଡି ଯାଉଥିବା ପାରମ୍ପରିକ କାଗଜ ମୁଖା ର ପୁନରୁଦ୍ଧାର ରେ ଏହି ତାଲିମ ଶିବିର ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ, କାଗଜ ମୁଖା ର ଭବିଷ୍ୟତ ଅତି ଉଜ୍ଜଳ ଥିବା ଶିଳ୍ପ ବିକାଶ ଅଧିକାରୀ ଶ୍ରୀମତୀ ମିଶ୍ର ପ୍ରକାଶ କରିଥିଲେ, ନିପୁଣ ଶିଳ୍ପୀ ଶ୍ରୀଯୁକ୍ତ ପଣ୍ଡା ନିଜର ଶତ ପ୍ରତିଶତ ଶ୍ରମ ଦେଇ ଏହି ତାଲିମ ଶିବିର କୁ ସଫଳ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସ୍ଥାନୀୟ ମହିଳା ମାନଙ୍କ ଶଶକ୍ତି କରଣ ପାଇଁ ଏହି ପଦକ୍ଷେପ କୁ ଆଞ୍ଚଳିକ ଶିଳ୍ପୀ ସଂଘ ସଂଯୋଜକ କଳ୍ପତରୁ ପଣ୍ଡା ସ୍ଵାଗତ କରିବା ସହ ଆୟୋଜକ ତଥା ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ