September 21, 2024

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Share

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୁକୁଡ଼ାଖଣ୍ତି ,୧/୧୨(ପି.କୃଷ୍ଣମୂର୍ତ୍ତି ରିପୋର୍ଟ) ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ସ୍ତରିୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଶନିବାର ଦିନ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶିବିର କୁକୁଡ଼ାଖଣ୍ତି ବ୍ଳକର ୨୨ ଗୋଟି ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ୪୫୬ ଜଣ ଉପସ୍ଥିତ ରହି ପୁଞ୍ଜିକୃତ କରିଥିଲେ । ଏହି ଅବସରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଶିବିର କୁ ଉତଘାଟନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ସୁବିଧା ପାଇଁ ବ୍ଲକ ପ୍ରଶାସନ ସଦାସର୍ବଦା କାର୍ଯ୍ୟକରିଵା ଉପରେ ନିଜର ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ, ଉପ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା କୁମାରୀ ସାହୁ , ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ଜିଲ୍ଲା ଭିନ୍ନକ୍ଷମ ସଭାପତି କେ.ମଣିବାବୁ, ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ , ଲାଞ୍ଜିଆ ସରପଞ୍ଚ ଅନିଲ କୁମାର ଗୌଡ଼ , ବାଲିପଡା ସରପଞ୍ଚ ଝିଲି ସେଠୀ , ଡେଙ୍ଗାପଦର ସରପଞ୍ଚ ଲକ୍ଷ୍ମୀ ମହାକୁଡ଼ , କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା ସେଠୀ , ହୁଗୁଳାପଟ୍ଟା ସମିତି ସଭ୍ୟା ପ୍ରତିନିଧି ରଞ୍ଜନ ବରଡ, ଜଗଦଲପୁର ସମିତି ସଭ୍ୟ ବି.ରବିନ୍ଦ୍ର ପାତ୍ର, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବଡବାବୁ ସାହେବ ଶବର, ପି.ଏସ ରଜନୀ କାନ୍ତ, ସୁବାସ ଗମାଙ୍ଗ, ଅହଲ୍ୟା ଭୋଇ, ଭବାନୀ ଶତପଥୀ, କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ପ୍ରଧାନ, ଗୋଷ୍ଠୀ ଯୋଗାଣ ଅଧିକାରୀ ଧିରେନ ସାହୁ, ଅମୃତ ପଣ୍ଡା, ସୁପ୍ରଭା ସାହୁ, ନିହାରିକା ପଣ୍ଡା, ବ.ଜଗନ୍ନାଥ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ, ମନୋରଞ୍ଜନ ପାଣିଗ୍ରାହୀ, ସଞ୍ଜୟ କୁମାର ସୁବୁଦ୍ଧି, ଇନ୍ଦିରା ପ୍ରିୟଦର୍ଶିନୀ ମହାକୁଡ଼, ପ୍ରଫୁଲ୍ଲ କୁମାର ସେଠୀ ବିଷ୍ଣୁଚରଣ ସାହୁ , ଦିଲିପ କୁମାର ଓଡିଆ , ରବୀନ୍ଦ୍ରନାଥ ନାୟକ, ଅଶୋକ କୁମାର ପଟ୍ଟନାୟକ, ଏସ.ରାଜେଶ କୁମାର ରାଓ, ବିଦୀପ୍ତ କୁମାର ଟହଲ, ପ୍ରଶାନ୍ତ କୁମାର ବେହେରା, ଚିନ୍ମୟ ବେହେରା, ମହେଶ୍ୱର ବେହେରା, ମହେନ୍ଦ୍ର ମଲ୍ଲିକ, ସୁଦାମ ମଲ୍ଲିକ ରହି ଭିନ୍ନକ୍ଷମ ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ୟ ସରକାର କୁ ବିଭିନ୍ନ ଯୋଜନା, ଭିନ୍ନ କ୍ଷମ ମାନଙ୍କୁ ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ, ଓ ଭିନ୍ନକ୍ଷମ କୁ ବିବାହ ପ୍ରଶାସନ ରାଶି ଉପରେ ଆଲୋକ ପାତ କରି ଥିଲେ I ଉକ୍ତ ଶିବିର ରେ ସର୍ବ ମୋଟ ୪୫୬ ଜଣ ଭିନ୍ନକ୍ଷମ ପୁଞ୍ଜିକୃତ କରି ଥିବା ବେଳେ ନାସା,କର୍ଣ୍ଣ, ଆଖି, ଅନ୍ୟାନ୍ୟ ସମସ୍ୟା ଉପରେ ଡ଼ାକ୍ତର ପରାମର୍ଶ ଦେଇ ଥିଲେ ।ଏହି ଅବସରରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଆଚରଣ ବିଧି ଶିକ୍ଷକ ଇ. ଡମ୍ବରୁ ଦୋରା,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅନିଲ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେI