March 11, 2026

ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଓ ଲୋଗୋ ଉନ୍ମୋଚନ         

IMG-20251102-WA0052
Share

 

ତିର୍ତ୍ତୋଲ-2/11/2025 ସାରଳା ସାହିତ୍ୟ, ସଂସ୍କୃତି ଓ ମହତ୍ତ୍ୱ କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସୁପ୍ରତି ଷ୍ଠିତ କରିବା ପାଇଁ ବାଣୀପର୍ବ ର ଆବାହକ ଦେବେନ୍ଦ୍ର ନାଥ ରାଉତ ଙ୍କ ଆହ୍ୱାନ କ୍ରମେ ଗତ ରବିବାର ଦିନ ପୂର୍ବାହ୍ନ ରେ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଅତିଥିଭବନରେ, ବାଣୀପର୍ବ, ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ, ଲୋକାର୍ପଣ ପର୍ବ ଓ ଲୋଗୋ ଉନ୍ମୋଚନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ମା ସାରଳା ଠାକୁରାଣୀ ଙ୍କ ମାର୍ଜନା ପୂଜାର୍ଚ୍ଚନା ପରେ ଲୋଗୋ ସମର୍ପଣ କରାଯାଇ, ସଭାସ୍ଥଳୀ କୁ ଅଣାଯାଇଥିଲା l ମାଆଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଆଶୀର୍ବାଣି ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ l ଆବାହକ ଦେବେନ୍ଦ୍ର ନାଥ ରାଉତ, ଏହି ବାଣୀପର୍ବ ର ଲକ୍ଷ୍ୟ, ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ବାଣୀପର୍ବ ର ଏହି ଅଭିନଵ ପ୍ରୟାସ, ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ ବୋଲି କହିଥିଲେ.l ଡ ସିଦ୍ଧେଶ୍ବର ପଣ୍ଡା, ଓ ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ସଂଯୋଜନା ରେ ଜଗତସିଂହ ପୁର ଜିଲ୍ଲାର ଶତାଧିକ ସାହିତ୍ୟ ସଂସ୍କୃତି ଓ ସମାଜସେବୀ ସଙ୍ଗଠନ ର କର୍ମକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ଓ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଦ୍ୱିତୀୟ ଅଧିବେଶନ ର ଆୟୋଜିତ ସଭା ଅନୁଷ୍ଠାନର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବରେ ସାଂସଦ ବିଭୁପ୍ରସାଦ ତରାଇ ଓ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ, ବିଶିଷ୍ଟ ଶିଳ୍ପପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, କ୍ୟାପଟେନ ସଂଜୀବ କୁମାର ମୁଦୁଲି, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ବାଣୀପର୍ବ ର ଲୋଗୋ ଉନ୍ମୋଚନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶେହାମାୟୀ ଆଚାର୍ଯ୍ୟ, ନଗେନ୍ଦ୍ର ନାଥ ସ୍ୱାଇଁ, ବିବେକାନନ୍ଦ ହୋତା, ପଣ୍ଡିତ ଶରତ କୁମାର ଦାଶ, ଉତ୍କଳ ସାହିତ୍ୟ ସମାଜ ର କାର୍ଯ୍ୟକାରିଣୀ ସଦସ୍ୟ ରଘୁ ସାହୁ, ସତ୍ୟ ଭୂଷଣ ଦାସ, ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ. L ପରିଶେଷରେ ସ୍ନେହମୟୀ ଆଚାର୍ଯ୍ୟ ସମସ୍ତସଙ୍କୁ ଧନ୍ୟବାଦ ଦେଇଥିଲେ l ଆସନ୍ତା ଜାନୁଆରୀ 23/24/25 ତାରିଖ ଦୀର୍ଘ ତିନି ବ୍ୟାପି ଏହି ବାଣୀପର୍ବ ର ଅନ୍ତର୍ଜାତୀୟ ସାରସ୍ୱତ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସଂଯୋଜକ ସୁରେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର