June 26, 2026

ମଦ୍ଯପଙ୍କ ଉନ୍ମୁକ୍ତ କାଣ୍ଡ , ଗୋଲିଆ ଯାତ୍ରୀ ପ୍ରତୀକ୍ଷାଳୟରେ ଭଙ୍ଗାରୁଜା 

IMG-20251102-WA0045
Share

ବୁଗୁଡା : ତା ୦୨/୧୧/୨୫ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ଛକରେ ଥିବା ଯାତ୍ରୀ ପ୍ରତିକ୍ଷାଳୟରେ ମଦ୍ଯପମାନେ ଉନ୍ମୁକ୍ତ କାଣ୍ଡ ଭିଆଇ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର ଗୁଡିକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମଦ୍ଯପଙ୍କ ଆସର ଜମୁଥିବା ସେହି ଗାଁ ଛକର ଲକ୍ଷ୍ମୀ ବସଷ୍ଟପ୍ ସ୍ଥଳରେ ରାତ୍ରିକାଳୀନ ବସ୍ ପାଇଁ ଲୋକେ ଅପେକ୍ଷା କରିବାକୁ ଉଚିତ ମଣୁନାହାନ୍ତି। ଅନ୍ୟପକ୍ଷରେ ଲୋକେ ସେଠାରେ ମଦ୍ଯପଙ୍କ ଦୌରାତ୍ମ୍ୟକୁ ପ୍ରତିହତ କରିବା ପାଇଁ ସାହସ ଜୁଟାଇ ପାରୁନଥିବା ବେଳେ ଆଖପାଖରେ ଦୋକାନ କରିଥିବା ବ୍ଯବସାୟୀ ଏବଂ ଅଧିବାସୀ ପ୍ରମାଦ ଗଣୁଛନ୍ତି। ବୁଗୁଡା ଥାନା ପୋଲିସ ପ୍ରଶାସନ ଢିଲାପଣ ଯୋଗୁଁ ଗୋଲିଆ ଗାଁ ଛକ ଲକ୍ଷ୍ମୀ ବସଷ୍ଟପରେ ଅସାମାଜିକତତ୍ତ୍ବଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା ବେଳେ ତୁରନ୍ତ ଏ ଦିଗରେ ପୋଲିସ ପ୍ରଶାସନ କଡାକଡି ପେଟ୍ରୋଲିଂ ସହ ପ୍ରତିକାର ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

You may have missed