ଆନ୍ତଃ ଜିଲ୍ଲା ସ୍ତରୀୟ ମେଧାବୀ ଛାତ୍ର ଛାତ୍ରୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ମହାମାୟୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାସିନି ନାୟକ —
ମୋହନା–ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗେସଖାଲ ଗ୍ରାମର ପିତା ଇଶୋବନ୍ଧୁ ଏବଂ ମାତା ମିନିତା ନାୟକ ଙ୍କ ଝିଅ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ମହାମାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବର୍ଷ ର ଛାତ୍ରୀ ଆନ୍ତଃ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ ମେଧାମି ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପରୀକ୍ଷା ନିମନ୍ତେ ଜିଲ୍ଲା ରୁ ୨୦ ଟି ମହାବିଦ୍ୟାଳୟ ରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ମୋଟ ୬୦୦ମାର୍କ ରୁ ୫୯୯ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୋହନା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାରୁ+୨ ଏବଂ+ ୩ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭାଗ ନେଇଥିଲେ। ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସ୍ଥାନୀୟ ମହାବିଦ୍ୟାଳୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଜନସାଧାରଣ ପ୍ରଜ୍ଞାସିନି ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
