April 26, 2026
ajiro khabar
Share

 

୧-ପୁରୀ:ଆଜିଠାରୁ ପଞ୍ଚକ ବ୍ରତ,୫ ପରିବର୍ତ୍ତେ ଏଥର ୪ ଦିନ,ଦ୍ବାଦଶୀରେ ହେବନି ବାଙ୍କଚୂଡା ବେଶ।

 

୨-ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ।

 

୩-ଭୁବନେଶ୍ବର:ମାର୍ଚ୍ଚ ୮ରେ ସୁଭଦ୍ରା ନୂଆ ହିତାଧିକାରୀଙ୍କୁ ଟଙ୍କା, ଏକାଥରେ ମିଳିବ ୨ଟି କିସ୍ତି।

 

୪-ଭୁବନେଶ୍ବର:ଆଉ ଚଳିବନି ମନମାନି,ଏଣିକି ସଂସ୍କୃତି ବିଭାଗରେ ଲାଗିଲା ବାୟୋମେଟ୍ରିକ ଉପସ୍ଥାନ।

 

୫-ଭୁବନେଶ୍ବର:ଦମ୍ପତି ଭିତିକ ବଦଳି ଦାବି,୩ରେ ଧାରଣା ଦେବେ ୫୪୧ ଦମ୍ପତି ଶିକ୍ଷକ ଓ ପରିବାର।

 

୬-ଆସନ୍ତା ଡିସେମ୍ବର ମାସ ୬ ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ।

 

୭-ଭୁବନେଶ୍ବର ଇନଫୋଭ୍ୟାଲି:ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପର ଭୂମି ପୂଜନ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆଇଟି ମନ୍ତ୍ରୀ।

 

୮-ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ;ଗୁଣି ଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ଯା;ଦୁଇ ଗିରଫ।

 

୯-ଟଙ୍କପାଣି ରୋଡ଼:ରାଜଧାନୀରେ ବୁଲିଲା ଖଣ୍ଡା, ବଟି ନ ଦେବାରୁ ଦୋକାନୀଙ୍କୁ ହାଣିଲେ।

 

୧୦-ଫୁଲବାଣୀ: ଭୂସ୍ଖଳନର ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ବିଜ୍ଞପ୍ତି ଜାରି କଲେ ଜିଲାପାଳ।

 

୧୧-ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ମନ୍ଦିର ମୁଖିଆଙ୍କ ନାଁରେ ରୁଜୁ ହେଲା ମାମଲା…୯ ମୃତ, ୨୫ ଜଣ ଆହତ।

 

୧୨-ନବି ମୁମ୍ବାଇ:ପ୍ରଥମ ବିଶ୍ବକପ୍ ଟ୍ରଫି ଲକ୍ଷ୍ଯରେ ଭାରତ,ଦକ୍ଷିଣ ଆଫ୍ରିକା।

 

୧୩-ନଭେମ୍ବରରୁ ମିଶନ୍ ଅଲିଭ ରିଡ୍‌ଲେ; ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଅସ୍ତରଙ୍ଗରେ ଲାଗିଲା କଟକଣା।

 

୧୪-ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା ଜାରି।

 

୧୫-ଭୁବନେଶ୍ବର:ଜାଭେଦ ଅଖତରଙ୍କୁ ପ୍ରଦାନ କରାଯିବ ସୋଆ ସାହିତ୍ୟ ସମ୍ମାନ ୨୦୨୫।୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତ୍ତରୀୟ ପ୍ରଦାନ କରାଯିବ।

 

୧୬-କାନପୁର:ଇନସୁରାନ୍ସ୍ ପଇସା ପାଇଁ ରାକ୍ଷସୀ ସାଜିଲା ମାଆ, ପ୍ରେମିକ ସହ ମିଶି ପୁଅକୁ ପିଟି ପିଟି ମାରିଲା।

 

୧୭-ଏଣିକି ଅନ୍‌ଲାଇନ୍‌ରେ ହୋଇପାରିବ ଆଧାର ଅପଡେଟ୍,କେବଳ ବାଓମେଟ୍ରିକ୍‌ ପାଇଁ ଜନସେବା କେନ୍ଦ୍ର ଯିବାକୁ ପଡ଼ିବ।

 

୧୮-ଯାଜପୁର:ଜମି ଗଲା, ଚାକିରି ବି ଗଲା; ବନ୍ଦ ହୋଇଗଲା ମେସ୍କୋ ଷ୍ଟିଲ ପ୍ଲାଣ୍ଟ୍‌।

 

୧୯-ଆଜି ଶ୍ରୀହରିକରୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ ହେବ ସିଏମ୍ଏସ୍-୦୩, କୁହାଯାଏ ‘ସମୁଦ୍ରର ଆଖି’।

 

୨୦-ସରକାରୀ ଛାଡ଼ ପରେ ବି GST ସଂଗ୍ରହ ୧.୯୬ ଲକ୍ଷ କୋଟି ଟଙ୍କା ପାର, ଅଭିବୃଦ୍ଧି ହାର ୪.୬%।