July 6, 2024

ବିଷାକ୍ତ କୀଟ କାମୁଡ଼ାରେ ଶ୍ରମିକଙ୍କ ମୃତ୍ୟୁ

Share

ବିଷାକ୍ତ କୀଟ କାମୁଡ଼ାରେ ଶ୍ରମିକଙ୍କ ମୃତ୍ୟୁ
ବୁଗୁଡ଼ା : ତା ୦୨/୧୧/୨୩ : ବୁଗୁଡ଼ା ବ୍ଲକ ପଙ୍କଳବାଡି ଗ୍ରାମର ଜନୈକ ଶ୍ରମିକ ବିଷାକ୍ତ କୀଟ କାମୁଡ଼ାର ଶିକାର ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିବା କରିଥିବା ଜଣାଯାଇଛି । ମୃତକ ଜଣକ ହେଲେ ପଙ୍କଳବାଡି ଗାଁର ନୀର ନାୟକ(୫୫) । ପ୍ରକାଶ ଯେ , ଆଜି ସଂଧ୍ୟାରେ ନୀର ନିଜ ଘରେ ମୂଷା ଗାତରୁ ମାଟି ବାହାର କରୁଥିଲେ । ସେହି ସମୟରେ ତାଙ୍କର ଡାହାଣ ହାତ ଅଙ୍ଗୁଳିକୁ କୋଣସି ବିଷାକ୍ତ କୀଟ କାମୁଡି ଥିଲା । ଫଳରେ ସେ ପୋଡାଜଳା ଅନୁଭବ କରିଥିଲେ । ସେଠାରୁ ସେ ସାଇକେଲରେ ଶଶୁର ଘର ମାଣିକପୁର ଗାଁକୁ ଯାଇ ଏହି ଘଟଣା କହି ଅଚେତ ହୋଇ ଯାଇଥିଲେ । ତାଙ୍କୁ ଏକ ଅଟୋରେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ପହଞ୍ଚିବା ବେଳକୁ ସେ ହେଙ୍କା ମାରୁଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ ।

You may have missed