March 12, 2026

୩୦ ବର୍ଷର ପୂର୍ତ୍ତୀ ଉତ୍ସବରେ ମାମା ହୋଟେଲ ଦେଲା ନୁଆଁ ଭେଟି

IMG-20251002-WA0112
Share

 

 

ସମ୍ବଲପୁର, ୦୨. ୧୦(ରାଜାରାମ ଷଡ଼ଙ୍ଗୀ):ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଓ ପରିଶ୍ରମ ଫଳରେ ଏକ ନୁଆଁ ଭେଟି ଦେଇଛନ୍ତି ଜଣେ ହୋଟେଲ ମାଲିକ।ପଡିଆବାହାଲ ନିକଟସ୍ଥ ଗୌଡ଼ପାଲି ନିକଟରେ ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି ଏକାଠି ବସି ପରିବାର ଖାଇବା ଭଳି ଏକ ହୋଟେଲ। ୫୩ ନମ୍ବର ଜାତୀୟ ରାଜପଥ ଉପର ଥିବା ମାଳତୀ ଯୋର କଡରେ ମାମା ହୋଟେଲ ଏଣ୍ଡ ଫେମିଲି ରେସ୍ତୁରାଣ୍ଟକୁ ପଣ୍ଡିତ ମହେଶ୍ୱର ନାୟକ ପୂଜାର୍ଚନା କରିଥିବା ବେଳେ ଅରୁଣ କୁମାର ଶୁକ୍ଲା ଏହାକୁ ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ହୋଟେଲର ପରିଚାଳନା ଦାୟିତ୍ୱ ନେଇଛନ୍ତି ଅନିଲ ଯାଦବ, ସୁନୀଲ ଯାଦବ। ଏହି ଅବସରେ ଅଞ୍ଚଳର ଜଣାଶୁଣାଙ୍କୁ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ତୋଷ କୁମାର ବଡ଼ପଣ୍ଡା, ସଚିତ କୁମାର ବେହେରା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇ ନିମନ୍ତ୍ରିତ ଅତିଥି ମାନଙ୍କୁ ଆପ୍ୟାୟିତ କରାଯାଇଥିଲା।

You may have missed