October 5, 2024

ସ୍ୱଛତା ହିଁ ସେବା 2024ରେ ଯୋଗ ଦେଲେ ବିଧାୟକ ରୁପୁ ଭତରା

Share

 

 

 

ସ୍ଵଛ ଭାରତ ମିଶନ କୁ ପୁରିଲା ଦଶ ବର୍ଷ । ଏହି ଅବସର ରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ସୁନାର ବେଲି ନୂଆ ଗାଁ ପଂଚାୟତ ଷଣ୍ଢ ଗାଁ ଆଦର୍ଶ ପରିମଳ ଗ୍ରାମ ଠାରେ ସ୍ୱଛତା ହିଁ ସେବା ଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରୁପୁ ଭତରା ଯୋଗ ଦେଇ 2014 ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଆରମ୍ଭ ହେଇଥିବା ସ୍ୱଚ୍ଛ ଭାରତ ମିସନ ର ଦଶ ବର୍ଷ ପୂର୍ତ୍ତି ଅବସର ରେ ଏହି କାର୍ଯ୍ୟକ୍ରମ ପାଳନ କାରରଯାଉଛି I ସ୍ୱଛତା ହିଁ ସେବା 2024 ର ବିଷୟ ବସ୍ତୁ ହଉଛି ସ୍ଵଭାଵ ସ୍ୱଚ୍ଛତା – ସଂସ୍କାର ସ୍ଵଚ୍ଛତା ଏବଂ ସ୍ଵଚ୍ଛ ଭାରତ ମିସନ ର ଦଶ ବର୍ଷ ର ଯାତ୍ରା ସମ୍ପର୍କ ରେ ଆଲୋକପାତ କରି ସାଧାରଣ ନାଗରିକ ସଫେଇ କର୍ମଚାରୀ କ୍ରୀଡାବିତ୍ତ ସ୍ବେଛାସେବୀ ଅନୁଷ୍ଠାନ ଏବଂ ଗଣ ମାଧ୍ୟ୍ୟମ ଏହି ମିଶନ କୁ ନିଜର ଭାବେ ଗ୍ରହଣ କରି ଏହା କୁ ଏକ ଜନ ଆନ୍ଦୋଳନ ରେ ପରିଣତ କରି ଥିବାରୁ କୃତଜ୍ଞତା ଜ୍ଞାପନ କରିଥିବI ର ଜଣାଯାଇଛି I ଏହି ଅବସର ଗ୍ରାମ ପରିକ୍ରମା କରି ଜନ ସାଧାରଣ ଙ୍କୁ ସଚେତନତା ର ବାର୍ତ୍ତା ଦିଆଯାଇଥିଲା I ଏସବିନୂଆଗାଁ ସରପଞ୍ଚ ଶ୍ରୀ ଦେବ ମାଝିଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା. ସାଂସଦ ପ୍ରତିନିଧି ଶ୍ରୀ ରମେଶ୍ୱେର ଜେନା. ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୀତା ମାଝୀ. ସଭ୍ୟ ତ୍ରିପତି ଚାଲାଣ ଯୋଗ ଦେଇ ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଆଲୋକ ପାତ କରିଥିବାର ଜଣାଯାଇଛି. ସମିତି ସଭ୍ୟା ଶ୍ରୀଦେବୀ ଭତରା.ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ପତି ଏବଂ ବ୍ଲକ ସଂଯୋଜକ ଶ୍ରୀ ଭାସ୍କର ପଟ୍ଟନାୟକ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I