October 5, 2024

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Share

 

ବୁଗୁଡା : ତା ୦୨/୧୦/୨୪ : ବୁଗୁଡ଼ା ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଲିପଦର ହାଇସ୍କୁଲ, ଭାମଶ୍ୟାଳି ହାଇସ୍କୁଲ ଆଦି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଇଥିଲା। ଏ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବନ୍ଧ ଓ ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ କେତେକ ବିଦ୍ଯାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଦ୍ବାରା ସଫେଇ କାର୍ଯ୍ୟ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।