October 5, 2024

ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ଙ୍କୁ ଉପେକ୍ଷା ହଷ୍ଟେଲ ଥାଇ ବି ଭଡା ଘରେ ରହି ପଢୁଛନ୍ତି ଛାତ୍ରୀ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଦିବାସୀ ଓ ହରିଜନ ବର୍ଗର ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ବିକାଶ ଓ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ର ଅନେକ ଯୋଜନା ଓ ବ୍ୟବସ୍ଥା ରହିଛି । ତେବେ ଉପଯୁକ୍ତ ସମନ୍ୱୟ ଅଭାବରୁ ଏହିସବୁ ଯୋଜନା ଯୋଜନ ଦୂରରେ ରହିଯାଇଛି । ଫଳରେ ଏହାର କୁ ପରିଣାମ ଭୋଗୁଛନ୍ତି ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଡମ୍ବସରା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ପ୍ରଶାସନ ମଧ୍ୟ ଏନେଇ ତପ୍ତରତା ଦେଖାଉ ନ ଥିବା ଜଣାପଡିଛି । ଡମ୍ବ ସରା ଠାରେ ଗତ 1999 ମସିହାରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏଠାରେ ମୋଟ 750 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଥି ମଧ୍ୟରୁ 500 ଜଣ କେବଳ ଛାତ୍ରୀ । ଏଥି ରୁ 200 ରୁ ଉର୍ଦ୍ଧ୍ବ କେବଳ ଆଦିବାସୀ ଓ ହରିଜନ ବର୍ଗର ଛାତ୍ରୀ ରହିଛନ୍ତି । ଦୀର୍ଘ 10 ବର୍ଷ ପୂର୍ବରୁ ଆଦିବାସୀ ହରିଜନ ବର୍ଗର ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟ ସରି ନ ଥିବା ଜଣାପଡିଛି । ହଷ୍ଟେଲ ରେ ଶୌଚାଳୟ, ପାଚେରୀ, ବିଦ୍ୟୁତ କରଣ ଭଳି ମୌଳିକ ସୁବିଧା କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପାଦନ ହୋଇ ପାରି ନାହିଁ । ଫଳରେ ପିଲାଙ୍କ ବ୍ୟବହାର ରେ ଲାଗି ପାରୁ ନାହିଁ ହଷ୍ଟେଲ । ପୁଟାସିଂ, ଚିନାସାରି, ଘନାନ୍ତ୍ରୀ, ଗଜପତି ଜିଲ୍ଲା ନୂଆଗଡ଼ ପ୍ରଭୃତି ଦୂର ଦୁରାନ୍ତ ରୁ ଛାତ୍ରୀ ମାନେ ଆସି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଛନ୍ତି । ହଷ୍ଟେଲ ସୁବିଧା ନ ଥିବାରୁ ଘର ଭଡା ନେଇ ରହୁଛନ୍ତି ଆଦିବାସୀ ଛାତ୍ରୀ । ଯାହାକି ଗରୀବ ଶ୍ରେଣୀଙ୍କ ପାଇଁ ଏହା ସମ୍ଭବ ହେଉନାହିଁ ।

ସମସ୍ୟା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ବାରମ୍ବାର ପ୍ରଶାସନ କୁ ଅବଗତ କରାଇଛନ୍ତି ତଥାପି କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ଅଧ୍ୟକ୍ଷ । ଦୀର୍ଘ 10 ବର୍ଷ ତଳୁ ନିର୍ମାଣ କରାଯାଇଥିବା କୋଠା ଗୁଡିକ ବର୍ତ୍ତମାନ ଜୀର୍ଣ୍ଣ ହେବାକୁ ବସିଲାଣି । ତମାମ ସମସ୍ୟା ସମ୍ପର୍କରେ ଗୁଣୁପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ପଚାରିବାରୁ ଦାୟିତ୍ବ ନେଇଥିବା ଠିକାଦାରଙ୍କ ଅବହେଳା ରୁ ଏଭଳି ପରିସ୍ଥିତି ଦେଖା ଦେଇଛି । ପ୍ରଶାସନ ପକ୍ଷରୁ ଠିକାଦାର ଙ୍କୁ ତୁରନ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ।

ତେବେ କେବେ ସମ୍ପୂର୍ଣ୍ଣ ହେବ ହଷ୍ଟେଲ, କେବେ ରହିବେ ପିଲା ତାହା ଏବେ ଦେଖିବାକୁ ରହିଛି ।