June 29, 2024

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Share

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବୁଗୁଡା : ତା ୦୨/୧୦/୨୩ : ବୁଗୁଡ଼ା ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହେବା ସହ ସଫେଇ ଓ ସଚେତନତା ଶୋଭାଯାତ୍ରାମାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ , ନିୟୁ ଏରା ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ବଚ୍ଛତା ସଚେତନତା ଶୋଭାଯାତ୍ରା ଏବଂ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ତରଫରୁ କୁବେରେଶ୍ବର ମନ୍ଦିର ପରିସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ଅନ୍ୟ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସାହର ସହ ପାଳିତ ହୋଇଥିଲା ।