September 29, 2024

ବିଜେପି ପକ୍ଷରୁ ବସ୍ତି ସଂପର୍କ ଅଭିଯାନ 

Share

ବିଜେପି ପକ୍ଷରୁ ବସ୍ତି ସଂପର୍କ ଅଭିଯାନ
ବୁଗୁଡା : ତା ୦୨ /୧୦/୨୩ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ସେବାପକ୍ଷ ଉପଲକ୍ଷେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବୁଗୁଡା ବ୍ଳକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ଜଗତ ପାଟଣା ଗ୍ରାମର ଅନୁସୂଚିତ ଜାତି ବସ୍ତିରେ ବସ୍ତି ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି  ଗନ୍ଧମାର୍ଦ୍ଦନ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ଚନ୍ଦ୍ର ମହାନ୍ତି,ମହିଳା ମୋର୍ଚ୍ଚା ସଭାନେତ୍ରୀ  ମିରବାଈ ଦେଓ, ବ୍ଲକ୍ ସଂଯୋଜକ ହରିକୃଷ୍ଣ ସାହୁ,ପଞ୍ଚାନନ ସାହୁ ଓ ଅନ୍ୟମାନେ ଯୋଗଦେଇ ବସ୍ତିର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଲୋକମାନଙ୍କର ବିଭିନ୍ନ ଅଭାବ ଅସୁବିଧା ବୁଝିଥିଲେ। ଏହା ପରେ ବସ୍ତିରେ ଆୟୋଜିତ ଭୋଜନ କାର୍ଯ୍ୟକ୍ରମରେ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।