March 11, 2026

ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଦେଖାଇଲା ମହାନତା  ମେଗା ରକ୍ତଦାନ ଶିବିର: ୨ ଶହରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ 

IMG-20250902-WA0039
Share

 

ସମ୍ବଲପୁର,୦୨. ୦୯(): ଜୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଠାରେ ଆଜି ଏକ ମେଗା ରକ୍ତଦାନ କରି ଦେଖାଇଛି ନିଜର ମହାନତା।ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବହୁ ଯୁବ ସମାଜ ସହିତ ସ୍କୁଲ ଶିକ୍ଷାର୍ଥୀଙ୍କ ଅବିଭାବକ ମାନେ ମଧ୍ୟ ରକ୍ତଦାନ କରି ୨ ଶହରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଛି।ଜିଲ୍ଲା ରେଡ଼କ୍ରସ ଓ ସମାଜସେବୀ ଅନୁଷ୍ଠାନ ସମ୍ବଳ ଏଥିରେ ସହଯୋଗ କରିଥିଲେ।ଏହି ଶିବିରରେ ସିସିଏଫ ସୁଦର୍ଶନ ସାହୁ, ରେଢ଼ାଖୋଲ ଡ଼ିଏଫଓ କ୍ଷୀରୋଦ କୁମାର ବେହେରା, ମୋଚିବାହାଲ ରେଞ୍ଜର ସର୍ବେଶ୍ୱର ବେହେରାଙ୍କ ସହିତ ୪୦ ରୁ ଉର୍ଦ୍ଧ୍ୱ ମହିଳା ମଧ୍ୟ ରକ୍ତଦାନ କରିଛନ୍ତି।

 

ସକାଳ ୯ ଟାରେ ମା ସମଲେଶ୍ୱରୀ ଙ୍କ ଠାରେ ଦୀପ ପ୍ରଜ୍ଜଳନ ଓ ଫିତା କାଟି ଶିବିର ଉଦଘାଟନ ହୋଇଥିଲା।ଜିଲ୍ଲା ରେଡ଼କ୍ରସ ସମ୍ପାଦକ ରୋଜାଲିନା ତୀର୍କୀ, ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ସମ୍ବଲର ରାମଦାସ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ସମୟରେ ସ୍କୁଲ ସମ୍ପାଦିକା ରୁବି ଦେହୁରୀ,ମେଘପାଳ ସରପଞ୍ଚ ମମତା ପ୍ରଧାନ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, କାୟାକୁଦ ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମୁରା, ଜୁଯୋମୁରା ସମିତିସଭ୍ୟ ଜୟନ୍ତ ପ୍ରଧାନ,ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସିସିଏଫ ସୁଦର୍ଶନ ବେହେରା, ଜୁଯୋମୁରା ରେଞ୍ଜର ସଞ୍ଜୟ ପ୍ରଧାନ, ବିଭୁତି ନାରାୟଣ ମାଝୀ, ବିବତ୍ସ ପଣ୍ଡା,ଲଷ୍ମୀଧର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ଭୀମସାର ଓ ସମ୍ବଲପୁର ରକ୍ତ ଭଣ୍ଡାର ଟିମ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କରିଥିଲେ। କିଶୋର ଦେହୁରୀ, ସୁଶୀଲ ଶତପଥୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।