April 27, 2026

ରାଜ୍ଯ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଗୁମ୍ମା ବ୍ଲକ ପରିଦର୍ଶନ

IMG-20250902-WA0043
Share

 

ପାରଳାଖେମୁଣ୍ଡି,ତା.୦୨.୦୯.୨୦୨୫

 

ଆଜି ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶ ଗୁମ୍ମା ବ୍ଲକର ପରିଦର୍ଶନ କରି ଅନୁକୁଣ୍ଡାଗୁଡା ଅଙ୍ଗନୱାଡ଼ି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ,

ବାରେଙ୍ଗସିଂ ର ଅଙ୍ଗନବାଡ଼ି କେନ୍ଦ୍ର,ଭୂବନି ର ସରକାରୀ ଉଚ୍ଚ ବିଦ୍ୟାଳୟ, ସେରୋଙ୍ଗର ଛତୁଆ ତିଆରି ସେଣ୍ଟର ଓ ତୁମୁଲା ଗ୍ରାମ ପରିଦର୍ଶନ କରି ଖାଦ୍ୟ ନିରାପତ୍ତା ଏଵଂ ଉନ୍ନତମାନର ଖାଦ୍ୟ ସରକାରଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ରାଜ୍ଯ ଖାଦ୍ୟ ନିରାପତ୍ତା ଯୋଜନା ଠିକ ଭାବରେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ପରି ରାଜ୍ୟ ଦକ୍ଷତା ବିକାଶ ମିଶନ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ପୋଷଣ ,ମଧ୍ୟାହ୍ନ ଭୋଜନ ,ସମନ୍ଵିତ ଶିଶୁ ବିକାଶ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ସମ୍ବନ୍ଧରେ ତଦାରଖ କରିଛନ୍ତି।

ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁହାନ ଭୋଇ, ସହକାରୀ ଯୋଗାଣ ଅଧିକାରୀ ଗଜପତି ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।