September 21, 2024

୭ମ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ୨୦୨୫ ପାଇଁ ଗୋଇବାହାଲି ରେ ପ୍ରସ୍ତୁତି ବୈଠକ 

Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ଡ ପାଳସଦା ଗ୍ରା:ପ ଓ କେର୍ମେଲାବାହାଲ ଗ୍ରାପର ସମସ୍ତ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଧନୁଯାତ୍ରାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଗୋପପୁର ଭାବରେ କେର୍ମେଳାବାହାଲ ଗାଁ ଓ ମଥୁରାନଗରୀ ଗୋଇବାହାଲି ଗାଁ ହେବ ଏବଂ ମଥୁରାନଗରୀ ର କର୍ତ୍ତା ଭାବେ ଶ୍ରୀମତୀ ଅନୁପମା ସାହୁ ଓ ଶ୍ରୀଯୁକ୍ତ ଜୟକୃଷ୍ଣ ସାହୁ

ଗୋପପୁର କର୍ତ୍ତା ଭାବେ ଶ୍ରୀମତୀ ଡାଳିମ୍ବ ସାହୁ ଓ ଶ୍ରୀଯୁକ୍ତ ରମାନନ୍ଦ ସାହୁ କୁ ୨୦୨୫ପାଇଁ ସ୍ଥିର କରାଗଲା ତା :୧/୨/୨୦୨୫ ରୁ ଆରମ୍ଭ ହୋଇ ତା :୭/୨/୨୦୨୫ ରେ ଶେଷ ହେବ l

 

ଆଲୋଚନା ବିଷୟ ବସ୍ତୁ :-

୧- ଏ ବର୍ଷ ସାଂସ୍କୃତିକ ଦଳ ରାଜ୍ୟ ବାହାରୁ କିପରି ଅଣା ହେବ ଆଲୋଚନା କରା ହେଲା । ଏ ବର୍ଷ ମାର୍ଗଶିର ମାସରେ ଧନୁ ଯାତ୍ରା ର ଶୁଭସ୍ତମ୍ଭ ସ୍ଥାପନ କରିବା ପାଇଁ ସ୍ଥିର କରାଗଲା I କଂସ ଭୂମିକାରେ ଶ୍ରୀଯୁକ୍ତ ବିଜୟ କୁମାର ଦେବତା କୁ ସ୍ଥିର କରାଗଲା । ମଥୁରାନଗରୀ ପାଇଁ ବାରିକ ଟେଣ୍ଟ ହାଉସ ଘସିଏଁନ କୁ ସ୍ଥିର କରାଗଲା । ଦେବକୀ ବସୁଦେବଙ୍କ ବିବାହ କାର୍ଯ୍ୟ କୁ ଦିନ ବେଲା ରେ ଗଣ୍ଡପାଲି ଗ୍ରାମରେ ନାଟ୍ୟ ରୂପାନ୍ତର ରୂପେ ପରିଦର୍ଶିତ କରିବା ସହିତ ସମସ୍ତ ଜନସାଧାରଣ ଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରିବା ପାଇଁ ଗଣ୍ଡପାଳି ଗ୍ରାମ କୁ କୁହାଗଲା ।ଗୋପପୁର କୁ ଆହୁରି ଅଧିକ ସୁନ୍ଦର କରିବା ପାଇଁ ଏ ବର୍ଷ ୪ ଗୋଟି ପାରାୟଣ ଗାୟକ କରିବା ପାଇଁ ସ୍ଥିର କରା ଗଲା ୧/୨/୨୦୨୫ ରୁ ୩/୨/୨୦୨୫ ତିନି ଦିନ ପାଇଁ ଶ୍ରୀମାନ ଗୋବର୍ଦ୍ଧନ ମିଶ୍ର (ସୁବର୍ଣ୍ଣପୁର) ସ୍ଥିର କରାଗଲା । ୪/୨/୨୦୨୫ ପାରାୟଣ ଗାୟିକା ଶ୍ରୀମତୀ ଜ୍ୟୋସ୍ନାମୟୀ ଦୀକ୍ଷିତ( ତୁଷୁରା) ସ୍ଥିର କରାଗଲା । ୫/୨/୨୦୨୫ ରୁ ୬/୨/୨୦୨୫ ପାରାୟଣ ଗାୟିକା ଶ୍ରୀମତୀ ମୋନାଲି ମହାପାତ୍ର (ବଳାଙ୍ଗିର)

କୁ ସ୍ଥିର କରାଗଲା । ୭/୨/୨୦୨୫ ଶେଷ ଦିନ ପାଇଁ ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାୟକ କୁ ସ୍ଥିର କରା ଗଲା । ଗୋପପୁର କେର୍ମେଲାବାହାଲ ରେ ସାତ ଦିନ ପାଇଁ ସମସ୍ତ ଜନସାଧାରଣ ଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଗଲା । ପରି ଶେଷ ରେ ଧନୁଯାତ୍ରା ର ସଂପାଦକ ଶ୍ରୀଯୁକ୍ତ ବିଦ୍ୟାବନ୍ତ ବେହେରା ଧନ୍ୟବାଦ ଦେଇ ସଭା ସମାପ୍ତ କରାଗଲା ।