April 30, 2026

ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ମୋହନା ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପ୍ରାକ ତାଲିମ ପ୍ରଦାନ.

IMG-20230902-WA0019
Share

ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ମୋହନା ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପ୍ରାକ ତାଲିମ ପ୍ରଦାନ.
ମୋହନା ବ୍ଲକର ପିତୃମାତୃହୀନ ଶିଶୁ ମ।ନେ ବିପଦ ସଙ୍କୁଳ ଅବସ୍ତାରେ ରହୁଥିବା କଥା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ହେବାଫଳରେ ଗଜପତି ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ବ ଭାବେ ଗ୍ରହଣକରି ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପୁନଃ ଚିହ୍ନଟକରଣ ନିମନ୍ତେ ନିର୍ଦେଶ ଦେଇଛନ୍ତି । ସୂଚନା ଥାଉକି ୨୦୧୯ ମସିହାରେ ପ୍ରଥମ ଥରପାଇଁ ପିତୃମାତୃହିନ ଶିଶୁ ମାନଙ୍କୁ ସାରା ଜିଲ୍ଲାରେ ଚିହ୍ନଟକରଣ କରାଯାଇଥିଲା ।
ଉପରୋକ୍ତ ବିଷୟଟି ସମ୍ବେଦନଶୀଳ ହୋଇଥିବାରୁ ଏବଂ ଏହି ଚିହ୍ନଟକରଣ ପ୍ରକ୍ରିୟାଟି ଅଙ୍ଗନବାଡି କର୍ମୀଙ୍କ ଦ୍ବାରା କରାଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବ ଥିବାରୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଗତ ତା ୨୧ ଠାରୁ ୨୫ ଅଗଷ୍ଠ ୨୦୨୩ ରିଖ ପର୍ଯନ୍ତ ଦୀର୍ଘ ୫ ଦିନ ଧରି ମୋହନା ବ୍ଲକ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ପିତୃମାତୃହିନ ଶିଶୁଙ୍କ ଚିହ୍ନଟ ପାଇଁ ପ୍ରାକ ତାଲିମ ପ୍ରଦାନ କରାଯାଇଛି । ତାଲିମ ଦେବାର ମୁଖ୍ୟ ଉଦ୍ଦେଶ ହେଉଛି ଯେ ଅଙ୍ଗନବାଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ଥିବା ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ କିପରି ଚିହ୍ନଟ କରିବେ ଏବଂ ସେମାନଙ୍କର ସବିଶେଷ ତଥ୍ୟ କିପରି ପ୍ରଦାନ କରାଯିବା ତାହାରି ଉପରେ ଜିଲ୍ଲା ପ୍ରଶାସନ ପାଞ୍ଚ ଦିନିଆ ପ୍ରାକ ତାଲିମ ଆୟୋଜନ କରିଥିଲେ, ଯେଉଥିରେ କି ୬୨୨ ଜଣ ଅଙ୍ଗନବଡି କର୍ମୀ ତାଲିମ ନେବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଚିହ୍ନଟ ପରେ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ ଥଇଥାନ କରାଯିବାପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷ। ୟୁନିଟ୍ ତରଫରୁ ନିସ୍ପତି ହୋଇଛି ।