March 10, 2026

ପୌରପରିଷଦ ୱାର୍ଡ଼ ଗୁଡ଼ିକର ନାମଫଳକ ବୋର୍ଡ଼ ବ୍ୟବସ୍ଥା କେବେ?

IMG-20250802-WA0099
Share

 

 

 

ତାଳଚେର, ୦୧/୦୮ ଟଙ୍କାର ପାହାଡ଼ ଗଦା ଉପରେ ଠିଆ ହୋଇଥିବା ଖଣିଜ ସମ୍ପଦଭରା ଶିଳ୍ପନଗରୀ ତାଳଚେର ପୌରପରିଷଦରେ ପ୍ରତ୍ୟେକ ୱାର୍ଡ଼ର ନାମଫଳକ ବୋର୍ଡ଼ ବ୍ୟବସ୍ଥା କେବେ କରାଯିବ ଏହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧିପାଉଥିବା ବେଳେ ପୌରପରିଷଦର ସ୍ଥାଣୁତାକୁ ନେଇ ଉଠିଛି ପ୍ରଶ୍ନ? ଶିଳ୍ପନଗରୀ ତାଳଚେର ପୌରପରିଷଦ ଅଂଚଳଟି ଆଉ ପୂର୍ବ ଅବସ୍ଥାରେ ନାହିଁ! ଏବେ ଜୁଆଡ଼େ ଚାହିଁବ ସିଆଡ଼େ ଦୋକାନ ବଜାର ଓ ଯାନବାହାନ ସହିତ ଆଶାତୀତ ଭାବେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ବାହାର ଲୋକଟିଏ ଏଠାକୁ ତାଙ୍କର ସମ୍ପର୍କୀୟ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଠିକଣା ଜାଣି ନଥିଲେ ଖୋଜିବା ତାଙ୍କ ପକ୍ଷରେ ମୁସ୍କିଲ ହୋଇପଡ଼ୁଛି । ଅନ୍ତତଃପକ୍ଷେ ମାନବିକତା ଦୃଷ୍ଟି କୋଣରୁ ଏଠାକୁ ଆସୁଥିବା ଆମ ସମସ୍ତଙ୍କ ନିମନ୍ତେ ସେହି ଅତିଥିମାନଙ୍କୁ ପଥପ୍ରଦର୍ଶନ କରିବା ସହ ସେ ଖୋଜି ବୁଲୁଥିବା ସମ୍ପର୍କିୟଙ୍କ ନିକଟରେ ତାଙ୍କୁ ପଂହଚାଇବା ସମସ୍ତଙ୍କର କର୍ତବ୍ୟ ରହିଛି । ଅତିଥିô ଦେବ ଭବଃ… ଅନୁଯାୟୀ ଯେପରି ବାହାର ଅଂଚଳରୁ ତାଳଚେର ଅଂଚଳକୁ ଆସିଲେ ସେମାନଙ୍କୁ ରାସ୍ତା ଦେଖାଇବା ମୁଖ୍ୟତଃ ପୌରପରିଷଦର ଅଧିକ ଦାୟୀତ୍ୱ ଏବଂ କର୍ତବ୍ୟ । କିନ୍ତୁ କିପରି ସ୍ଥଳେ ପୌରପରିଷଦ ଏହାକୁ ଭୂଲିଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ ଚାଲିଛି ଚର୍ଚ୍ଚା । ତାଳଚେର ପୌରପରିଷଦର ୨୧ଗୋଟି ୱାର୍ଡ଼କୁ ନେଇ ଗଠିତ ଏବଂ ଏହାର ପରିସୀମା ବିସ୍ତିର୍ଣ୍ଣ ଅଂଚଳ ଅଟେ । ଲୋକଙ୍କ ସଂଖ୍ୟା ପ୍ରାୟ ୧ଲକ୍ଷ ହୋଇଥିବା ବେଳେ ଭୋଟରଙ୍କର ସଂଖ୍ୟା ୫୦ହଜାର ହେବ ବୋଲି କୁହାଯାଉଛି । ତାଳଚେର ଟାଉନ ବୀରବରପଲ୍ଲୀ ଠାରୁ ଆରମ୍ଭକରି ତାଳଚେର ସହର ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ସ୍ଥାନ ଗୁଡ଼ିକରେ ଆଶାତୀତ ଭାବେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ପୌର ଅଂଚଳ ମଧ୍ୟରେ କେଉଁଠି କେଉଁ ୱାର୍ଡ଼ ଅବସ୍ଥିତ ତାହା ସ୍ତାନୀୟ ବାସୀଙ୍କ ନିମନ୍ତେ ଜଣାଶୁଣା ହୋଇ ଥାଇପାରେ । ମାତ୍ର ଅଜଣା ବ୍ୟକ୍ତିଙ୍କ ପକ୍ଷେ ଆବଶ୍ୟକ ପରିବାରକୁ ଖୋଜି ବାହାର କରିବା ବଡ଼ କଷ୍ଟକର ହୋଇପଡ଼ିଥାଏ । ଏହି ସମସ୍ୟାର ସମାଧାନ କରିବାକୁ ନେଇ ତାଳଚେର ପୌରପରିଷଦ ପକ୍ଷରୁ ପୌରସୀମାରେଖା ଆରମ୍ଭରେ ନାମ ଫଳକ ନିର୍ମାଣ କରିବା ସହ ରହିଥିବା ୨୧ଗୋଟି ୱାର୍ଡ଼ ନମ୍ବର ସହ ସେହି ୱାର୍ଡ଼ରେ ରହିଥିବା ୱାର୍ଡ଼ର ନାମ ସହ ତୀର ଚିହ୍ନ ସଙ୍କେତ ଲିପିବଦ୍ଧ ଥିବା ଫଳକ ବୋର୍ଡ଼ ପୌରପରିଷଦ ପକ୍ଷରୁ ନିର୍ମାଣ କରାଗଲେ ବାହାର ଅଂଚଳରୁ ଆସୁଥିବା ଅଜଣା ବ୍ୟକ୍ତି ବିଶେଷ ଖୋଜି ବୁଲୁଥିବା ତାଙ୍କ ସମ୍ପର୍କୀୟ ସଠିକ ଠିକଣା ପାଇ ପାରନ୍ତେ । ପୌରପରିଷଦ ବହୁ ପୁରାଣା ହୋଇଥିଲେ ମଧ୍ୟ ଏଥିନେଇ ସାମାନ୍ୟ କିଛି ଅର୍ଥରେ ଉକ୍ତ ବ୍ୟବସ୍ଥା କରୁନଥିବାରୁ ଅଜଣା ବ୍ୟକ୍ତି ଗନ୍ତବ୍ୟ ପଥରେ ପଂହଚି ନପାରି ଘୂରୀବୁଲି ଅଣାୟତ ହେବାକୁ ପଡ଼ନ୍ତା ନାହିଁ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ବ୍ୟବସ୍ଥା ପୌରପରିଷଦ ପକ୍ଷରୁ କେବେ କରାଯାଉଛି ତାହା ଦେଖିବାକୁ କେବଳ ବାକି ରହିଛି ।