March 11, 2026

ଚୋରି ହୋଇଥିବା କାର୍ ଉଦ୍ଧାର ୩ଗିରଫ

IMG-20250802-WA0096
Share

 

 

 

ତାଳଚେର, ୦୨/୦୮ ଗତ ୧୯/୦୭/୨୦୨୫ ଦିନ ଅଭିଯୋଗକାରୀ ସୁଜିତ ସିଂହ ଯାହାଙ୍କ ଘର ବହ୍ଲର ଗ୍ରାମରେ ଅଟେ । ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ମାରୁତି ସୁଜିକି ଡ଼ିଜିଆଇଆର ନଂ- ଓଡ଼ି୦୨-ଏପି ୨୧୪୯କୁ ତାଙ୍କ ଘର ପାଖରେ ଥିବା ରବି ଇଞ୍ଜିନିଅରିଙ୍ଗ ଦୋକାନ ନିକଟରେ ରଖି କେଉଁଆଡ଼େ ଯାଇ ଫେରି ଦେଖନ୍ତି ତ କାର୍‌ଟି ଆଉ ନଥିଲା । ଖୋଜାଖୋଜି ପରେ ନପାଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ତଦନ୍ତ କରି କାରଟିକୁ ଜବତ କରିବା ସହ ଏ୍‌ଥିରେ ସମ୍ପୃକ୍ତ ସୋର ଜିଲ୍ଳାର ଖଗେନ୍ଦ୍ର ବେହେର, ସନ୍ଥପଡ଼ା ଗ୍ରାମର ରାହୁଲ ଧିର, ମଇଧର ପୁର ଅଂଚଳର ପ୍ରଦୀପ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ନାମରେ ଥାନାରେ ଆଗରୁ ବହୁ ମାମଲା ରହିଥିବା ଥାନା ପକ୍ଷରୁ ଜଣପଡ଼ିଛି ।