April 29, 2026

ପାରଳାଖେମୁଣ୍ଡି ପୌରପରିଷଦର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ     

IMG-20250802-WA0052
Share

 

 

ପାରଳାଖେମୁଣ୍ଡି:୨/୮(ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ମୁଖ୍ୟ ଅତିଥିଭାବେ ମାନ୍ୟବର ପାରଳା ବିଧାୟକରୁ ପାଣିଗ୍ରାହୀ ଯୋଗଦେଇଥିଲେ, ବିଧାୟକ ଆଲୋଚନା ପ୍ରଥମରୁ ପାରଳାର ବିକାଶ ଉପରେ ଧ୍ୟାନ ଦେଇ କୋହିଥିଲେକି ପାରଳାଖେମୁଣ୍ଡି ବହୁ ପୁରାତନ ସହର, ଏହି ସହରର ଉନ୍ନତି କିଭଳି ହେବ ସେନେଇ ପୌରପରିଷଦ ସଭ୍ୟସଭ୍ୟା ମାନଙ୍କ ସହ ଆଲୋଚନା କରିଥିଲେ ବିଧାୟକ, ସହରର ମୁଖ୍ୟ ରାସ୍ତା, ନାଳ, ପିଇବା ପାଣି, ସହ ଆଲୋକିକୋରଣର ଉନ୍ନତି କିଭଳି ହେବ ସେ ନେଇ ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠିଙ୍କ ସହ ଆଲୋଚନା କରିଥିଲେ. ସମସ୍ତ ୱାଡ ସଭ୍ୟସଭ୍ୟାମାନେ ନିଜନିଜ ୱାଡର ସମସ୍ୟା ବିଷୟରେ ବିଧାୟକଙ୍କୁ ଜଣାଇଥିଲେ, ବିଧାୟକ ପ୍ରତିଶ୍ରୁତି ଦେଇକହିଛନ୍ତି କି ତୁରନ୍ତ ଏହି ସବୁ କାର୍ଯ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଜଣାଇ କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି, ସହରରେ ଥିବା ପଖରି ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ପାଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ ବିଧାୟକ.