April 29, 2026

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

IMG-20250802-WA0040
Share

ସୁରେନ୍ଦ୍ର କଠାର,ବରଗଡ

ଅଦ୍ୟ ତା.୦୨-୦୮-୨୦୨୫ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଞ୍ଚଦଶ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମାନନୀୟ ଶ୍ରୀଯୁକ୍ତ ନରସିଂହ ପାଣିଗ୍ରାହୀ (ବରିଷ୍ଠ କିରାଣୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ କାଦୋବାହାଳ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଭୋଇ (ବିଜ୍ଞାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିଲିମିଣ୍ଡା) କୁନି କୁନି ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତରେ ବଡ଼ ବୈଜ୍ଞାନିକ ହେବାପାଇଁ ମାର୍ଗଦର୍ଶନ ଦେଇଥିଲେ। ବିଚାରକ ଭାବରେ ଶ୍ରୀଯୁକ୍ତ ନରସିଂହ ପାଣିଗ୍ରାହୀ,ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଭୋଇ, ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ(ବିଜ୍ଞାନ ଶିକ୍ଷକ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରାଦେରପାଲି), ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ(ବିଜ୍ଞାନ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା), ଶ୍ରୀମାନ୍ ତାପସ ଭୋଇ(ଗୁରୁଜୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଝିଲିମିଣ୍ଡା), ସୁଶ୍ରୀ ମିନାକ୍ଷୀ ଭୋଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଝିଲିମିଣ୍ଡା)ବିଚାରକ ଭାବେ ଯୋଗ ଦେଇ ଶିଶୁ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ।ବାଲ ବର୍ଗରୁ ୧୧ଜଣ, ଶିଶୁ ବର୍ଗରୁ ୨୦ ଜଣ ଓ ଉଦୟ ବର୍ଗରୁ ୪୭ଜଣ ମୋଟ ୭୮ ଜଣ ଶିଶୁ ଭାଇ ଭଉଣୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ଉଦଯାପନୀ ଉତ୍ସବରେ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇ ଥଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ମେହେର ,ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ମଞ୍ଚାସୀନ ଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଅଧିକାରୀ ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ସୁଶ୍ରୀ ରଶ୍ମିତା ବାରିକ ପରିଚାଳନା କରିଥିବାବେଳେ ଶ୍ରୀମାନ ତାପସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁମା ,ଗୁରୁଜୀ ଓ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା।

You may have missed