April 29, 2026

ଦ୍ବିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

IMG-20250802-WA0039
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅଦ୍ୟ ତା ୦୨-୦୮-୨୦୨୫ ରିଖ ଶନିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତ୍ରାପାଲି ଠାରେ ବୁଗବୁଗା କ୍ଲଷ୍ଟର ସ୍ତରୀୟ ଦ୍ଵିତୀୟ ମାସିକ ବୈଠକ ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବୁଗବୁଗା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶ୍ରେଣୀ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ର ଶିକ୍ଷକ ପ୍ରଶିକ୍ଷକା ତନୁଜା ତନୁଶ୍ରୀ ନାଗ ଏବଂ ଶିକ୍ଷକ ପ୍ରଶିକ୍ଷକ ବରୁଣ କୁମ୍ଭକାର ପରିଦର୍ଶନ ରେ ଆସି ସମସ୍ତ ଙ୍କ ସହ ଶୈକ୍ଷିକ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର,ବହୁ ଶ୍ରେଣୀ ପରିଚାଳନା ପାଇଁ ଯୋଜନା ,ଶିକ୍ଷକ ଙ୍କ ଗତିବିଧି ଯୋଜନା,ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷଣ ,ସାମଗ୍ରିକ ପ୍ରଗତି ପତ୍ର ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ବିଶି ସହକାରୀ ଶିକ୍ଷକ ଋଷୁଭ ମେହେର, ଶିକ୍ଷୟିତ୍ରୀ ରଞ୍ଜିତା କ୍ଷେତୀ, ବବଳିରାଣୀ ଗଡତିଆ , ମଥୁରା ପଧାନ ଏବଂ ଝରଣା ମହାକୁର ସହଯୋଗ କରିଥିଲେ ।

You may have missed