November 15, 2024

ବିନା ପ୍ରକଳ୍ପ ପ୍ରଶାସକ ଙ୍କ ଦ୍ୱାରା ଚାଲିଛି ରାୟଗଡା ଓ ଗୁଣୁପୁର ଆଇ ଟି ଡି ଏ 

Share

ରାୟଗଡା( ଅମୂଲ୍ୟ ନିଶଙ୍କ)ଆଦିବାସୀ ଙ୍କ ଉନ୍ନତି ନିମନ୍ତେ ରାୟଗଡା ଜିଲ୍ଲା ରେ ଦୁଇଟି ରାୟଗଡା ଓ ଗୁଣୁପୁର ଆଇ ଟି ଡି ଏ ସଂସ୍ଥା କାମ କରୁଛି କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହିକି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ରାୟଗଡା ଓ ଗୁଣୁପୁର ଦୁଇଟି ଯାକ ପି.ଏ.

ଆଇ ଟି ଡି ଏ ଙ୍କୁ ଅନ୍ୟତ୍ର ବଦଳି କରାହେଲା କିନ୍ତୁ ତାଙ୍କରି ବଦଳି ପରିବର୍ତ୍ତେ ଅନ୍ୟ କୌଣସି ପିଏ ଙ୍କୁ ନିଯୁକ୍ତି ଦିଆଗଲାନାହିଁ କିନ୍ତୁ ରାୟଗଡା ଉପଜିଲ୍ଲାପାଳ ଙ୍କୁ ରାୟଗଡା ଓ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଗୁଣୁପୁର ପିଏ ଆଇ ଟି ଡି ଏ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା l ନିର୍ବାଚନ ଶେଷ ହୋଇ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ହୋଇ ଦୀର୍ଘ ତିନି ମାସ ବିତିଯାଇଛି ଇତି ମଧ୍ୟରେ ଆଦିବାସୀ ଜାତି ତଥା ଜନଜାତି ଓ ପଛୁଆ ବର୍ଗ ଉନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ରୁ ଭୁବନେଶ୍ୱର ଯିବା ସମୟ ରେ କିଛି ସମୟ ପାଇଁ ରାୟଗଡା ପ୍ରଦକ୍ଷଣ ଗୃହରେ ଅଳ୍ପ ସମୟ ପାଇଁ ରହିଥିଲେ। ଏହି ସମୟରେ ରାୟଗଡା ବିଜେଡି ର ନେତା ଟୁଟୁ ଦାସ ରାୟଗଡା ପୌର ପରିଷଦ କାଉନସିଲର ଵାଣିଶ୍ରୀ ପିଏ ଆଇ ଟି ଡିଏ ଙ୍କ ନିଯୁକ୍ତି ପାଇଁ ଦାବି କରିଥିଲେ କିନ୍ତୁ କୌଣସି ବ୍ୟକ୍ତି ଙ୍କୁ ବର୍ତ୍ତମାନ ସୁଧା ନିଯୁକ୍ତି ଦିଆଯାଇନଥିବାରୁ ବିଭିନ୍ନ ସମସ୍ୟା ମାନ ଉପୁଜିଥିବାର ଦେଖିବାକୁ ମିଳୁଛି l ନିର୍ବାଚନ ପୂର୍ବରୁ ଯେଉଁ ଠିକାଦାର ମାନେ ବିଭିନ୍ନ ପ୍ରକଳ୍ପ ର କାମ କରିଥିଲେ କିନ୍ତୁ ନିର୍ବାଚନ ସମାପ୍ତ ହୋଇ ଦୀର୍ଘ ତିନି ମାସ ବିତିଗଲାଣି କିନ୍ତୁ ଠିକାଦାର ମାନେ ସେମାନଙ୍କ କାମର ବିଲ ବର୍ତ୍ତମାନ ସୁଧା ପାଇନଥିବା ଅଭିଯୋଗ କରୁଛନ୍ତି l ପିଏ ଆଇ ଟି ଡିଏ ଅତିରିକ୍ତ ଦାୟିତ୍ୱ ରେ ଥିବା ଉପଜିଲ୍ଲାପାଳ ମାନେ କୌଣସି ଉନୟନ ମୂଳକ କାମ ର ପରିଦର୍ଶନ କିମ୍ବା ବିଲରେ ସ୍ଵାକ୍ଷର କରୁନଥିବାରୁ ସମ୍ପୃକ୍ତ ଯନ୍ତ୍ରୀ ମାନେ ଠିକାଦାର ଙ୍କ ରୋଷର ଶିକାର ହେଉଛନ୍ତି ଏମିତିକି କେତେକ ବ୍ଲକ ରେ ଠିକାଦାର ମାନେ ସମ୍ପୃକ୍ତ ଯନ୍ତ୍ରୀ ଙ୍କୁ ଆକ୍ରମଣ କରିବାର ଶୁଣିବାକୁ ମିଳୁଛି l ବିଭାଗୀୟ ମନ୍ତ୍ରି ତଥା ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେଇ ରାୟଗଡା ଓ ଗୁଣୁପୁର

ଆଇ ଟି ଡି ଏ ନିମନ୍ତେ ତୁରନ୍ତ ପିଏ ଙ୍କୁ ନିଯୁକ୍ତି କରିବା ପାଇଁ ଦାବି ହେଉଛି l