April 15, 2025

ଆରମ୍ଭ ହେଲା ଗଙ୍ଗାପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢା ..

Share

 

ଛତ୍ରପୁର(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ଚଳିତ ମାସ ଆରମ୍ଭ ଠାରୁ ଏକାଦଶ ଶ୍ରେଣୀ (ଯୁକ୍ତ ଦୁଇ) କଳାରେ ପାଠ ପଢିବେ ଛାତ୍ରଛାତ୍ରୀ। ପୋଟଲାମ‌ପୁର ପଞ୍ଚାୟତ ସମେତ ଆଖ ପାଖ ପଞ୍ଚାୟତର ଛାତ୍ରଛାତ୍ରୀ ପୂର୍ବରୁ ସହରକୁ ଆସି ଯୁକ୍ତ ଦୁଇ ପଢ଼ିବା ପାଇଁ ନିର୍ଭର କରୁଥିଲେ। କିନ୍ତୁ ନିର୍ବାଚନ ସରିବା ପରେ କେନ୍ଦ୍ର ସରକାର ପ୍ରଥମେ ଛାତ୍ରଛାତ୍ରୀଙ୍କ ସମସ୍ଯାକୁ ଗୁରୁତ୍ବ ଦେଇ ନାମ ଲେଖା ସାରି ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢା ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଏଣୁ ଏଥି ପାଇଁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଅଞ୍ଚଳର ୫୪ ଜଣ ଛାତ୍ର ଛାତ୍ରୀ ନାମ ଲେଖା ସାରି ପାଠ ପଢା ଆରମ୍ଭ କରିଛନ୍ତି । ପ୍ରଥମ ଦଶନ୍ଧି ରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ ହୋଇଛି । ଅଞ୍ଚଳ ବାସୀଙ୍କ ପାଇଁ ଗଙ୍ଗାପୁର ଅଞ୍ଚଳକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆବଶ୍ୟକ ରହିଥିଲା ତାହା ବର୍ତମାନ ପୁରଣ ହୋଇଛି । ତେଣୁ ପିଲାମାନେ ମନ ଦେଇ ପାଠ ପଢନ୍ତୁ । ଆପଣ ଯଥା ସମ୍ଭବ ସମସ୍ତ୍ ଆବଶ୍ୟକ ପୂରଣ କରାଯିବାକୁ ଅଗ୍ରାଧିକାର ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଟି ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପ୍ରିତିମଞ୍ଜରି ଭୂୟାଁ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଭାପତି ବିନୋଦ କୁମାର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ପାଢ଼ୀ, ଦୁର୍ଯ୍ୟଧନ ସ୍ୱାଇଁ , ସ୍କୁଲ ଶିକ୍ଷକ ହେମନ୍ତ କୁମାର ସୁବୁଦ୍ଧି, ରଘୁନାଥ ପ୍ରଧାନ, ଅବସର ପ୍ରାପ୍ତ ସହିଦ୍ ଭାଗବତ ସିଂ ମହା ବିଦ୍ୟାଳୟ ଅଧ୍ୟକ୍ଷ ଦିବାକର ସ୍ୱାଇଁ , ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ମେମ୍ବର ଶମ୍ଭୁନାଥ ସ୍ୱାଇଁ, ଶିଶିର ପ୍ରଧାନ , ସନ୍ୟ ସ୍ୱାଇଁ , ରାଜୁ ନାହାକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଉକ୍ତ ସ୍କୁଲ ଶିକ୍ଷକ ତ୍ରିନାଥ ସାହୁ।