ଭଂଜନଗର ଶିକ୍ଷା କାର୍ଯ୍ୟାଳୟର ” ଡିଜିଗଭ ” ତାଲିମ ଶିବିର
ଭଂଜନଗର, ୨ ଜୁଲାଇ: ଭଂଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ଆଜି ସ୍ଥାନୀୟ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ “ଡିଜିଗଭ” ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ତାଲିମ ଶିବିର ରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଓ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଏବଂ କର୍ମଶାଳାର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ସମସ୍ତଙ୍କୁ ବୁଝାଇଥିଲେ। ଭଂଜନଗର ବ୍ଳକ ଶିକ୍ଷା ଅଧିକାରୀ ଅଧୀନ ରେ ଥିବା ୧୬ ଟି କ୍ଲଷ୍ଟର ଅନ୍ତର୍ଗତ ପ୍ରାୟ ୧୬୯ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୧୬ ଟି କ୍ଲଷ୍ଟରର ସିଆରସିସି ଯଥା ଲାଲସିଂ, ବଡକୋଦଣ୍ଡା , ସାନକୋଦଣ୍ଡା , ଏନ୍ଏସି , ବାଉଁଶଲୁଣ୍ଡି, ଜିଲୁଣ୍ଡି, ଡୁମାକୁମ୍ପା, ଗୋଲାପୋଡା,
କୁଲାଡ, ହରିଗଡ, ବ୍ରାହ୍ମଣପଦର, ତିଳିସିଙ୍ଗି, ତୁରୁମୁ, ବାରୁଡ଼ା, ମୁଜାଗଡ ଏବଂ ଦଦରାଲୁଣ୍ଡା
ତଥା ଅଫିସ ଷ୍ଟାଫ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଇଓ କାର୍ଯ୍ୟାଳୟ ତରଫରୁ ଆକାଉଣ୍ଟାଣ୍ଟ ସୁଧିର କୁମାର ପାଣିଗ୍ରାହୀ ଓ ଆକାଉଣ୍ଟାଣ୍ଟ ସନ୍ତୋଷ କୁମାର ସାସମଲ୍, ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କୁ ଡିଜିଗଭ ବ୍ୟାଙ୍କ୍ ଆକାଉଣ୍ଟ୍ କିିପରି କାର୍ଯ୍ୟକ୍ଷମ ଓ ସଞ୍ଚାଳନ କରିବେ ଏବଂ ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ଅନୁଦାନ କୁ କିପରି ଖର୍ଚ୍ଚ କରିବେ, ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ତାଲିମ ପ୍ରଦାନ କରିଥିଲେ। ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷା ବିଭାଗ କର୍ମଚାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଆଜି ର ଏହି ତାଲିମ ଶିବିର ୨ ଟି ପର୍ଯ୍ୟାୟରେ ସଂଘଟିତ ହୋଇଥିଲା।
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ