April 28, 2026

ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଦାରିଙ୍ଗବାଡ଼ି ବ୍ଲକ୍‌‍ର କିଶୋରୀ କିଶୋର ସଂଘର ଛାତ୍ରଛାତ୍ରୀ  

IMG-20250702-WA0009
Share

ବ୍ରହ୍ମପୁର,2/7 : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌‍ର କିଶୋର କିଶୋରୀ ସଂଘର ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । ପ୍ରେମ୍‌‍ ଓ ଏଡୁକୋ ସଂସ୍ଥା ମିଳିତ ଭାବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌‍ରେ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ରୋକିବା, ସମସ୍ତ ଶିଶୁଙ୍କୁ ସ୍କୁଲ ପଠାଇବା ଓ ଶିଶୁ ମାନଙ୍କର ଯତ୍ନ ଏବଂ ସୁରକ୍ଷା ଦିଗରେ 2021 ମସିହାରୁ ଶିଶୁ, କିଶୋର କିଶୋରୀ, ଅଭିଭାବକ ଓ ବିଭିନ୍ନ ପଦାଧିକାରୀଙ୍କ ସହ କାର୍ଯ୍ୟକରି ଆସୁଅଛି। ପ୍ରତେ୍ୟକ ଗ୍ରାମରେ ଶିଶୁ ସଂଘ ଓ ଶିଶୁ ସୁରକ୍ଷା କମିଟି ଗୁଡ଼ିକୁ ଗଠନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ଜିଲ୍ଲା ପ୍ରଶାସନର ମିଳିିତରେ କାମ କରିଆସୁଅଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌‍ର କିଶୋର କିଶୋରୀ ସଂଘର କିଛି ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାନ୍ୟବର ବାଚସ୍ପତିଙ୍କୁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ସର୍କିଟ ହାଉସରେ ଭେଟି ତାଙ୍କ ସହ ଆଲୋଚନା କରି ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ ଜଣାଇଥିଲେ।

ମାନ୍ୟବର ବାଚସ୍ପତି ଶ୍ରୀମତୀ ପାଢ଼ୀ ଅତି ଆଗ୍ରହରେ ସମସ୍ୟା ଗୁଡ଼ିକୁ ଶୁଣିବା ସହ ଏହି ସମସ୍ୟା ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇ ତାହା ସମାଧାନ କରିବେ ବୋଲି ଆସିଥିବା କିଶୋର କିଶୋରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରେମ୍‌‍ ସଭାପତି ଯାକୋବ ଥୁଣ୍ଡିଲ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ଏଡୁକୋର ଜୟନ୍ତ ପାତ୍ର, ପ୍ରେମ୍‌‍ର ପ୍ରକଳ୍ପ ପରିଚାଳକ ସୁଧିର କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ରତନ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

ରତନ କୁମାର ମିଶ୍ର

ଲୋକ ସମ୍ପର୍କ ଅଧିକାରୀ, ପ୍ରେମ୍‌‍