October 6, 2024
Share

 

୧-ଆଳୁ କେଜି ୩୫ ଟଙ୍କା, କୁଇଣ୍ଟାଲ ପିଛା ବଢିଲାଣି ୬ଶହ। ପନିପରିବା ଦର ଆକାଶଛୁଆଁ।

୨-୬ରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ।

୩-ପ୍ରତି ଜିଲାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା, ସରକାରୀ- ବେସରକାରୀ ସହଭାଗୀତା ମାଧ୍ୟମରେ ଉପଲବ୍ଧ ହେବ।

୪-ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ,ପ୍ରଥମ ଦିନରେ ୭୦୦ରୁ ଅଧିକ ପଞ୍ଜିକରଣ।

୫-ସୃଜନଶୀଳତା, ସ୍ୱଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ,ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ପ୍ରାରମ୍ଭିକ ବୈଠକ।

୬-ରାଜଧାନୀରେ ଗଡୁଛି ଅନଫିଟ୍ ଗାଡ଼ି, କଡ଼ା କଡ଼ି ହେଉନି ଯାଞ୍ଚ।

୭-ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା,୮ ଅସୁସ୍ଥ ହସ୍ପିଟାଲରେ ହେଲେ ଭର୍ତ୍ତି।

୮-ବିନା ଅନୁମତିରେ କାଟିପାରିବେନି ତାଳଗଛ, ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ, ରାଜ୍ୟରେ ଏବର୍ଷ ଲାଗିବ ୧୯ଲକ୍ଷ ତାଳ ଗଛ।

୯-ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର୍-ପବ୍, ମତୁଆଲା ହେଉଛନ୍ତି ଯୁବ ପିଢ଼ି; ତଦନ୍ତ ନିର୍ଦ୍ଦେଶ

୧୦-ଆଠଗଡ଼: ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା।

୧୧-ଜରାଜୀର୍ଣ୍ଣ ଅବସ୍ଥାରେ ଉମରକୋଟ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।

୧୨-ଆଜି କାଦମ୍ବିନୀର ରୈ।ପ୍ଯ ଜୟନ୍ତୀ ସମାରୋହ,ଯୋଗଦେବ ରାଜ୍ୟପାଳ।

୧୩-ଡ୍ରେନ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠରେ ଭିଡ: ବିଏମସି କାର୍ଯ୍ୟାଳୟରେ ଭୁବନେଶ୍ୱର ବାସିନ୍ଦା।

୧୪-ରାଜ୍ୟରେ ନିଅଣ୍ଟିଆ ବର୍ଷା,୧୬ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ଼।

୧୫-ଓଡ଼ିଶା ଜନସାଧାରଣଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁ କହିଲେ ପ୍ରତାପ ଦେବ, ୩୦୦ ୟୁନିଟ୍‍ ବିଦ୍ୟୁତ୍‍ ବିଲ୍‍ ଛାଡ ପାଇଁ ଘୋଷଣା କରିଥିଲା ବିଜେପି, ୩୦୦ ୟୁନିଟ୍‍ ଯାଏଁ ବିଦ୍ୟୁତ୍‍ ବିଲ୍‍ ଛାଡ କରୁ। ବିଜେଡି କ୍ଷମତାକୁ ଆସିଲେ ଜୁଲାଇରୁ ବିଦ୍ୟୁତ୍‍ ବିଲ୍‍ ଛାଡ କରିଥାନ୍ତା।

୧୬-ସୁନ୍ଦରଗଡ​‌ରେ ବୀଭତ୍ସ ହତ୍ୟାକାଣ୍ଡ, ନାତି ହାତରେ ଅଜାର କଟାମୁଣ୍ଡ.. ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି।

୧୭-ମାଲକାନଗିରି:କୁକୁଡା ଋଣ ନାଁରେ କୋଟି କୋଟି ଟଙ୍କା ଚଳୁ । ଋଣ କରାଇବା କହି ଲକ୍ଷାଧିକ ଟଙ୍କା ହରିଲୁଟ୍ । କୁକୁଡ଼ା ଫାର୍ମ ନାଁରେ ଜମା ଖାତାରୁ ଟଙ୍କା ଲୁଟ୍

୧୮-ପ୍ରକାଶ ପାଇଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ରେଜଲ୍ଟ।

୧୯-ଜୁଲାଇ ୬ରେ ଜିମ୍ବାୱେ-ଇଣ୍ଡିଆ ଟି-୨୦ ସିରିଜ୍।

୨୦-ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁଯୋଗ; ପୂରଣ ହେବ ୬ ହଜାରରୁ ଅଧିକ ପଦବୀ:IBPS ବିଜ୍ଞପ୍ତି ମଧ୍ୟ ପ୍ରକାଶ

୨୧-ସମାଜସେବୀ ମେଧା ପାଟକରଙ୍କୁ ୬ ମାସ ଜେଲ, ୧୦ ଲକ୍ଷ ଜରିମାନା।

୨୨-୧୯୬୫ ଓ ୧୯୭୧ ଯୁଦ୍ଧରେ ନିଖୋଜ ୩୮ ଯବାନଙ୍କ ତାଲିକା ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ।

୨୩-ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ କେଜ୍ରିଓ୍ବାଲ, ଅବକାରୀ ନୀତି ମାମଲାରେ କେଜ୍ରିୱାଲ ତାଙ୍କ ଗିରଫଦାରୀ ଏବଂ ସିବିଆଇ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି।