September 21, 2024

ଝଙ୍କଡ଼ ସାରଳା ପୀଠରେ ଓଡ଼ିଆ ସାହିତ୍ୟର ଇତିହାସ

Share

ଝଙ୍କଡ଼ ସାରଳା ପୀଠରେ ଓଡ଼ିଆ ସାହିତ୍ୟର ଇତିହାସ ପାଣ୍ଡୁଲିପି ସମର୍ପଣ ଝଙ୍କଡ଼ ତା ୨/୭/୨୦୨୩ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ , ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ନାରାୟଣ ପାତ୍ର ଓ ସମ୍ପାଦକ ପ୍ରଫେସର ପ୍ରମୋଦ କୁମାର ପରିଡ଼ା ଦ୍ଵାରା ସଂକଳିତ ” ଓଡ଼ିଆ ସାହିତ୍ୟର ଇତିହାସ, ପ୍ରଥମଭାଗ ପାଣ୍ଡୁଲିପି ଗତ ରବିବାର ଦିନ ପୂର୍ବାହ୍ନ ରେ , ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ନିକଟରେ ସମର୍ପିତ ହୋଇ ଯାଇଛି। ଏହି ପାଣ୍ଡୁଲିପି ସମର୍ପଣ ର ସାରସ୍ଵତ କାର୍ଯ୍ୟକ୍ରମ ରେ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ , ଏହି ଓଡ଼ିଆ ସାହିତ୍ୟର ଇତିହାସ ଗନ୍ଥ ଟି ନିଶ୍ଚିତ ଭାବରେ ଗବେଷକ, ଛାତ୍ର ଛାତ୍ରୀ ଓ ସମସ୍ତ ସାରସ୍ଵତସାଧକ ମାନଙ୍କ ପାଇଁ ଉପାଦେୟ ଓ ପ୍ରେରଣା ଦାୟକ ହେବବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାନର କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର, ଙ୍କ ସମେତ ବିଜୟ କୁମାର ମହାପାତ୍ର , ଡ଼ ସରିତା ପ୍ରଧାନ , ବିଷ୍ଣୁପ୍ରିୟା ପଟ୍ଟନାୟକ , ବୈଜୟନ୍ତୀ ପରିଡ଼ା ଓ ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ରହି, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପାଇଁ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନୀରବଛିନ ଭାବରେ କାମ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ,ତେବେ ଏହି ପାଣ୍ଡୁଲିପିରେ ବହୁ ତଥ୍ୟ ଭିର୍ତିକ ବିଷୟ ଓ ପ୍ରାଚୀନ ପୀଠସ୍ଥଳୀ ମାନଙ୍କ ବିଷୟରେ ଆଲୋଚନା କରାଯାଇଥିବାରୁ , ଏହା ପ୍ରକାଶିତ ହେବାପରେ ସର୍ବ ଜନାଦୃତ ଲାଭକରିବ ବୋଲି ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରୀଛନ୍ତି।
ତିର୍ତ୍ତୋଲ ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା