April 25, 2026

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

IMG-20230702-WA0058
Share

“ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ
ଛତ୍ରପୁର, ୨/୭:
ସ୍ଥାନିୟ ଲକ୍ଷଣ ଭବନ ଠାରେ ଲୋକ ଶକ୍ତି ଅଭିଯାନ ଓ ୟୁସୁଫ ମେହେରାଲ୍ଲୀ ସେଣ୍ଟର ତରଫରୁ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମଭାବାପନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଙ୍କୁ ନେଇ ଜିଲ୍ଲା ସ୍ତରୀୟ “ସାମ୍ବିଧାନିକ ମୁଲ୍ୟବୋଧ ଓ ନାଗରିକ ସମାଜ ର ଭୂମିକା” ଉପରେ କର୍ମଶାଳାର ଆୟୋଜିତ ହୋଇଯାଇଛି।
ସାମ୍ବିଧାନିକ ମୁଲ୍ୟବୋଧ ଆଧାର ରେ ବିଭିନ୍ନ ସଂଗଠନ କିପରି ଭାବରେ ଅଧିକ କ୍ରିୟାଶୀଳ ହୋଇପାରିବ ତା ଉପରେ ଆଲୋଚନା ହୋଇଥିଲା।ଉକ୍ତ କର୍ମଶାଳାରେ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦଙ୍କ ସ୍ୱାଗତ ସମ୍ଭାଷଣ ପରେ ବରିଷ୍ଠ ସାମ୍ବାଦିକ ବିଘ୍ନେସ୍ୱର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କର୍ମଶାଳାରେ ବରିଷ୍ଠ ସମାଜ ବିଜ୍ଞାନୀ ତଥା ଆଇନଜୀବୀ ଭଗବାନ ସାହୁ ସମ୍ବିଧାନ ଆଜି ବିପଦଗ୍ରସ୍ତ, ଏହାର ସୁରକ୍ଷା ଲାଗି ସମସ୍ତେ ଆଗଭର ହେବାକୁ ପରାମର୍ଶ ଛଳରେ ସତର୍କ କରାଇ ଦେଇଥିଲେ । ପୂର୍ବତନ ବିଧ୍ଧାୟକ ନାରାୟଣ ରେଡି ଦେଶର ସାମ୍ପ୍ରତିକ ଅବସ୍ଥା ଓ ମଣିପୁର ଘଟଣା ରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ର ସମାଲୋଚନା କରିଥିଲେ। ମାନବିକ ଅଧିକାର କର୍ମୀ ଅବନୀ ଗୟା, ନୂଆଦିଲ୍ଲୀ ରୁ ଡଃ. ଜିତେନ୍ଦ୍ର କୁମାର ଚହର, ଅରୁଣ ସିଂ ପ୍ରମୁଖ ସମ୍ବିଧାନ କିପରି ଜଣେ ନାଗରିକ ଲାଗି ସୁରକ୍ଷା ଦେଇଥାଏ, ଅଲୋଚିନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫେଡରସନ ର ରାଜ୍ୟ ସଭାପତି ରବି ରଥ ସମ୍ବିଧାନ କୁ ସାମ୍ପ୍ରତିକ ସରକାର ଯେପରି ହନନ କରିଚାଲିଛନ୍ତି, ସମସ୍ତବ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ନାରୀ ନେତ୍ରୀ ଭାନୁମତି ରେଡି ୟୁନିଫର୍ମ ସିଭିଲ କୋଡ଼ ନାମ ରେ ସଂପ୍ରଦାୟିକ ସଦ୍ଭାବ ନଷ୍ଟ କରୁଥିବା ଅଭିଯୋଗ କରିଥିଲେ। ସାମାଜିକ କର୍ମୀ ଇଜୁ ଅମିନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରଥମେ ଚାଷୀନେତା ବିଜୟ ସ୍ୱାଇଁ ସମ୍ବିଧାନ ସୁରକ୍ଷା ଶୀର୍ଷକ ସଙ୍ଗୀତ ଗାନ କରିଥିଲେ। ସିପିଆଇ ନେତା ନୀଳକଣ୍ଠ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed