June 13, 2026

ଗଜପତିରେ ବିଏସଏନଲ ତାର ନେଲା ମହିଳାଙ୍କ ଜୀବନକ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକ  

IMG-20260602-WA0026
Share

 

 

ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ବିଏସଏନଲ ତାର ଯୋଗୁ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଅପାରଗତା ଯୋଗୁ ମୁଖ୍ୟ ରାସ୍ତାରେ ମୁକୁଳା ତାର ଝୁଲାଇ ରଖିବା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଅଞ୍ଚଳବାସୀ

କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି . ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆରା.ଉଦୟଗିରି ଥାନା ଅନ୍ତର୍ଗତ କେଏମ୍. ଭାଲିଆସାହି ମୁଖ୍ୟ ରାସ୍ତାରେ ଏହି ଅଘଟଣ ଘଟିଛି. ଝାଡ଼ପଡା ଗ୍ରାମର ଇନ୍ଦିରା ବେହେରଦଳେଇ ତାଙ୍କ ସମ୍ପର୍କୀୟ ଦିଅର ହରିଶ୍ଚନ୍ଦ୍ରଙ୍କ ସହ ବାଇକ୍‌ରେ ଛେଳିଗଡ଼ ବ୍ୟାଙ୍କକୁ ଯାଉଥିଲେ। କେଏମ୍. ଭାଲିଆସାହି ନିକଟରେ ରାସ୍ତା ଉପରେ ଓହଳି ରହିଥ‌ିବା ଟେଲିଫୋନ୍ ତାର ଇନ୍ଦିରାଙ୍କ ବେକରେ ଲାଗିଯିବାରୁ ସେ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଛେଳିଗଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣା ପରେ ବିଭାଗୀୟ ଅଧିକାରୀଙ୍କୁ ଏହି ମୃତ୍ୟୁ ପାଇଁ ଦାୟୀ କରି ଅଞ୍ଚଳବାସୀ ଉତ୍ତେଜିତ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଛେଳିଗଡ଼ -ରାମଗିରି ଓ ପାରଳାଖେମୁଣ୍ଡି ମାର୍ଗରେ ପ୍ରାୟ ୫ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା। ଖବର ପାଇ ରା.ଉଦୟଗିରି ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ପରେ ରେଡକ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ ଓ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଲୋକେ ଅବରୋଧ ହଟାଇଥିଲେ।