July 8, 2024

ବର୍ଷା ଦିନ ଆସିଲାଣି ବନିପଦର ଠାରେ ପୋଲ ନିର୍ମାଣ ହେବ କେବେ……..

Share

 

ଉମରକୋଟ:- ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼। ଗ୍ରାମ ପଞ୍ଚାୟତର ବଣି ପଦର ଗ୍ରାମ ନିକଟ ରେ ଥିବା ନଦୀ ଉପରେ ଦୀର୍ଘ ଦିନ ଧରି ସ୍ଥାନୀୟ ପ୍ରାୟ ୧୦ ଖଣ୍ଡ ଗ୍ରାମ ବାସି ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ହେଁ ପ୍ରଶାସନ କୌଣସି କର୍ଣ୍ଣ ପାତ କରୁ ନ ଥିବାରୁ ଲୋକଂକ ମଧ୍ୟ ରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ନଦୀ ଦେଇ ବେହେଡ। ଓ ତହର l ଗ୍ରାମ ପଞ୍ଚାୟତ ର ୨୦ ଟି ଗ୍ରାମ ର ଲୋକେ ଯିବା ଆସିବା କରି ଥାଆନ୍ତି। ତହରା ପଞ୍ଚାୟତ ର ଦୁଇଟି ହାଟ ବନିପଦର ଓ ପଲଟ ପର। ହ।ଟ ପଡ଼ିଥାଏ। ଫଳ ରେ ଲୋକଙ୍କୁ ନଦୀ ଅତିକ୍ରମ କରି ଯିବାକୁ ପଡି ଥାଏ। ବର୍ଷା ଦିନ ହେବା ମାତ୍ରେ ଏହି ୨୦ ଖାଣ୍ଡ ଗ୍ରାମ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେବା କୁ ପଡି ଥାଏ। ନଦୀ ରେ ଟିକେ ପାଣି ପଡ଼ିବା ମାତ୍ରେ ବିଶେଷ କରି ରୋଗୀ, ଗର୍ଭବତି ମହିଳାଙ୍କୁ ନାନା ଅସୁବିଧା ର ସମ୍ମୁଖୀନ ହେବା କୁ ପଡେ। ନିର୍ବାଚନ ଆସିଲେ ରାଜନୀତି ଦଳ ମାନଙ୍କୁ ଏହି ପୋଲ ନିର୍ମାଣ କଥା ମନ ପଡେ। ପୋଲ ନିର୍ମାଣ କରିବୁ କହି ଭୋଟ ନେଇ ଯାଇ ଥାନ୍ତି। ନିର୍ବାଚନ ସରିବା ପରେ ସମସ୍ତେ ପୋଲ କଥା ଭୁଲି ଯାଆନ୍ତି । ରୋଗୀ ଓ ଗର୍ଭବତି ମହିଳାଂକୁ ନଦୀ ଆର ପାର କୁ ଷ୍ଟ୍ରେଚର୍ ରେ ଆମ୍ବୁଲାନ୍ସ ନିକଟ କୁ ଆଣିବା କୁ ପଡେ। ଫଳ ରେ ରୋଗୀ ଙ୍କୁ ଉମରକୋଟ ରେ ପହଞ୍ଚିବା ପାଈଁ ଘଂଟା ଟି ସମୟ ଲାଗେ। ଆମ୍ବୁଲାନ୍ସ ଆସିବା କୁ ହେଲେ ବୁର୍ଜ। ଦେଈ ଆସିବା କୁ ପଡେ ଫଳ ରେ ବହୁତ ସମୟ ଲାଗେ। ଯଦି ବଣି ପଦର ଠାରେ ନିର୍ମାଣ ହୁଏ ତେବେ ଆମ୍ବୁଲାନ୍ସ ମାତ୍ର ୨୦ ମିନିଟ ରେ ଉମରକୋଟ ରେ ପହଞ୍ଚି ପାରିବ। ବିଶେଷ କରି ହାଇ ସ୍କୁଲ ଓ କଲେଜ ପିଲାଙ୍କ ପାଠ ବର୍ଷା ହେବା ମାତ୍ରେ ବନ୍ଧ ହେଇ ଯାଏ। ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିକଟ ରେ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣ ପାତ କରୁ ନ ଥିବା ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି। ତୁରନ୍ତ ନବରଙ୍ଗପୁର ଜିଲ୍ଲାପାଳ ଏଠାରେ ପୋଲ ନିର୍ମାଣ ପାଇଁ ଦୃଷ୍ଟି ଦେବା ପାଈ ସ୍ଥାନୀୟ ଅଂଚଳ ରେ ଦାବୀ ହେଉଛି।:-(ଏମ୍.ଦିନା°ଶୁ ଆଚାରୀ)