September 18, 2026

୭୦ ତମ ରାଜ୍ୟ ଏଥେଲେଟ ମିଟ ରେ ଆଦିବାସୀ ଅଧୁଷିତ ନବରଙ୍ଗପୁର ରୁ ୪୨ ଏଥେଲେଟ…… |

IMG-20240602-WA0003
Share

 

ଉମରକୋଟ:- ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହବାକୁ ଥିବା ୭୦ତମ ରାଜ୍ୟ
ଏଥଲେଟିକ୍ ମିଟ୍ ରେ ୧୪, ୧୬,ଏବଂ
୧୮ ବର୍ଷୀୟ ଵର୍ଗ ରୁ ସର୍ବମୋଟ ୪୨ ଜଣ କ୍ରୀଡ଼ାବିତ୍ ନବରଙ୍ଗପୁର ଜ଼ିଲ୍ଲାରୁ ପ୍ରତିନିଧିତ୍ବ କରି ନିଜର ଜଲବା ପ୍ରଦର୍ଶନ କରିବେ | ଏଥିପାଇଁ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ପ୍ରତିଭାବାନ କ୍ରୀଡ଼ାବିତ ମାନେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ପହଁଞ୍ଚି ଛନ୍ତି ୪୨ ଜଣ କ୍ରୀଡ଼ାବିତ | ନବରଙ୍ଗପୁର ଜ଼ିଲ୍ଲା କ୍ରୀଡା ସଂଘ ତରଫରୁ ଶ୍ରୀ ସପନ ବୈରାଗୀ,ଶ୍ରୀ ଏମ୍.ବିଜୟ କୁମାର ଏବଂ ଶ୍ରୀ ଦୁର୍ଯ୍ୟ ହରିଜନ ଙ୍କୁ କୋଚ୍ ଭାବେ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଜିଲ୍ଲା କ୍ରୀଡା ସଂଯୋଜିକା ତଥା ସ୍ବେଛାସେବୀ ସଂସ୍ଥା ହେଲ୍ପଲାଇନ ର ଉପସଭାପତି ଇଂ.ଚନ୍ଦନା ମଲ୍ଲିକଙ୍କୁ ଟିମ୍ ମ୍ୟାନେଜର୍ ଭାବେ ଦ୍ୱାୟିତ୍ବ
ଦିଆଯାଇଅଛି l କ୍ରୀଡ଼ାବିତ ମାନେ ଜ଼ିଲ୍ଲା ରୁ ଏକ ସ୍ୱତନ୍ତ୍ର ବସ ଯୋଗେ ବାହାରିଥିବାବେଳେ,
ଜିଲ୍ଲା କ୍ରୀଡା ସଂଘର ସଭାପତି ଡଃ.କମଳ ଲୋଚନ ମିଶ୍ର,ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ,ଉପସଭାପତି ଶ୍ରୀ ଏମ୍.ଵାଲା କ୍ରିଷ୍ଣା ରାଓ,ସହ ସମ୍ପାଦକ ଶ୍ରୀ ମନୋଜ କୁମାର ପଟ୍ଟନାୟକ,ଏଥଲେଟିକ୍ସ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ପରିଛା,ଜିଲ୍ଲା ହକି ସମ୍ପାଦକ ତଥା ସ୍ବେଛାସେବୀ ସଂସ୍ଥା ହେଲ୍ପଲାଇନ ର ନିର୍ଦ୍ଦେଶକ ସ୍ବେଛାସେବୀ ଶ୍ରୀ ଦୁର୍ଗା ପ୍ରସାଦ ମଲ୍ଲିକ୍,ଇଣ୍ଡୋର ସମ୍ପାଦକ ତଥା ହେଲ୍ପଲାଇନ ର ସଭାପତି ଶ୍ରୀ କୃଷ୍ଣ ପଟ୍ଟନାୟକ, ହେଲ୍ପଲାଇନ ର କ୍ରୀଡା ସଂଯୋଜକ ମହମ୍ମଦ ସଲିମ ରାଠୋର,କ୍ରିକେଟ୍ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ ପ୍ରମୁଖ ସମସ୍ତ କ୍ରୀଡ଼ାବିତ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l(ଏମ୍.ଦିନା°ଶୁ ଆଚାରୀ )

You may have missed