August 18, 2026

ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଆତ୍ମନିର୍ଭଶୀଳ ମାଗଣା ସିଲେଇ ଶିକ୍ଷାକେନ୍ଦ୍ର ର ଉଦଘାଟନ ଉତ୍ସବ

e6c400bf-f476-44a0-8816-8427819167c5
Share


*************
#ଆଜି ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସ୍ଥାୟୀ ସିଲେଇ ଶିକ୍ଷାକେନ୍ଦ୍ର ର ଉଦଘାଟନ ହୋଇଯାଇଛି। ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଡ଼ ସୁରେଶ୍ଵରୀ ସାଗରିକା ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପ୍ରଥମ ପର୍ଯ୍ୟାୟରେ 45 ଜଣ ଛାତ୍ରୀ ସିଲେଇ ଶିକ୍ଷା ଗ୍ରହଣ କରିବାକୁ ଆବେଦନ କରିଥିବା ବେଳେ 2 ଜଣ ତାଲିମ ପ୍ରଶିକ୍ଷଣ ମହିଳାଙ୍କୁ ଟ୍ରଷ୍ଟ ନିଯୁକ୍ତି ପ୍ରଦାନ କରିଛି। କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି କେନ୍ଦୁଝର ଜିଲ୍ଲା ର ସ୍ଵତନ୍ତ୍ର ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ ମହୋଦୟା ଯୋଗଦାନ କରିଥିବା ବେଳେ , ସମ୍ମାନିତ ଅତିଥି 36 ନଂ ଜୋନର ଜିଲ୍ଲାପରିଷଦ ଶ୍ରୀମତୀ କୌଶଲ୍ୟା ସେଠୀ ମହୋଦୟା ଏବଂ 37 ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିମ୍ବାଧର ବିଶ୍ୱାଳ ମହୋଦୟ ଏବଂ ମଞ୍ଚ ପରିଚାଳକ ଶ୍ରୀଯୁକ୍ତ ବିଜୟ କୁମାର ଜେନା ମହୋଦୟ ଯୋଗଦାନ କରି ଉଦ୍ଘାଟନ ଉତ୍ସବକୁ ସାଫଲ୍ଯ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଉମାକାନ୍ତ ରାଉତ, ସଦସ୍ଯ କିଶୋର କୁମାର ସିଂହ, ଅର୍ଜୁନ ଖଣ୍ଡା, ସୁଶାନ୍ତ ସାମଲ, ସନ୍ତୋଷ ଖୁଣ୍ଟିଆ, ସଦସ୍ଯା ଶ୍ରୀଲେଖା ଜେନା, ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
[09:35, 02/06/2023] +918018150533: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed